27.1 C
Bhubaneswar
Friday, November 22, 2024
Homeଓଡିଶାରାଜ୍ୟରେ ବଢ଼ିଛି ମହିଳା ମାମଲା : ୨୦୨୧ରେ ୩,୩୨୭ ଦୁଷ୍କର୍ମ, ୫,୦୪୮ ଅପହରଣ

ରାଜ୍ୟରେ ବଢ଼ିଛି ମହିଳା ମାମଲା : ୨୦୨୧ରେ ୩,୩୨୭ ଦୁଷ୍କର୍ମ, ୫,୦୪୮ ଅପହରଣ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ମହିଳା ମାମଲା । ୨୦୨୧ରେ ୩୩୨୭ଟି ବଳତ୍କାର, ୯୩ଟି ମହିଳା ଚାଲାଣ,୫୦୪୮ ଅପହରଣ ସହ ମୋଟ୍ ୩୫,୩୨୬ ଗୋଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତ ିଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।
ସୋମବାର ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ, ରାଜ୍ୟରେ ୨୦୨୦ ତୁଳନାରେ ୨୦୨୧ରେ ଅପରାଧିକ ମାମଲା ବୃଦ୍ଧି ପାଇଛି । ୨୦୨୧ରେ ରାଜ୍ୟରେ ମୋଟ ୩,୩୨୭ ଦୁଷ୍କର୍ମ, ୯୩ ମହିଳା ଚାଲାଣ, ୫,୦୪୮ ଅପହରଣ ମାମଲା ରୁଜୁ ହୋଇଛି । ସେହପିରି ୩୫, ୩୨୬ଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଛି । ରାଜ୍ୟରେ ମହିଳା ବିରୋଧୀ ହିଂସା ମାମଲାରେ ଅଭିଯୋଗ ଫର୍ଦ୍ଦ ଓ ଦଣ୍ଡବିଧାନ ହାର ଯଥାକ୍ରମେ ୮୨.୦% ଏବଂ ୯.୨% ରହିଛି । ୨୦୨୧ ମସିହାରେ ରେଡ୍ ଫ୍ଲାଗ୍ ମାମଲାରେ ଦଣ୍ଡ ବିଧାନ ହାର ୪୫.୨୮ % ରହିଛି । ସର୍ବୋପରି ସାଇବର୍ ଅପରାଧ ଭଳି ନୂତନ ପ୍ରକାରର ଅପରାଧ ବୃଦ୍ଧି ଫଳରେ ଅପରାଧର ସଂଖ୍ୟା ବଢୁଛି ବୋଲି ଶ୍ରୀ ମିଶ୍ର ସ୍ପଷ୍ଟ କରିଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ,ରାଜ୍ୟ ସରକାରଙ୍କ ପ୍ରଚଳିତ ୫-ଟି ଓ ମୋ ସରକାରର ସଠିକ୍ ରୂପାୟନ, ଶିକ୍ଷା ଓ ସଚେତନତା ବୃଦ୍ଧି, ପୀଡିତାଙ୍କର ନ୍ୟାୟିକ ବିଚାର ପ୍ରକ୍ରିୟା ଉପରେ ଦୃଢ ଆସ୍ଥା, ସାମାଜିକ ଲଜ୍ୟାକୁ ଭୃକ୍ଷେପ ନକରି ମହିଳା, ବାଳିକା ଏବଂ ତାଙ୍କ ପିତାମାତା ମାମଲା ଦାୟର କରିବା ନିମନ୍ତେ ପୋଲିସ ନିକଟରେ ତତ୍ପରତା ପ୍ରକାଶ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ରାଜ୍ୟ ସରକାରଙ୍କ ‘ଭିକ୍ଟିମ୍ କପେନସେସନ୍ ସ୍କିମ୍‌’ରେ ଅନୁକମ୍ପା ଏବଂ କ୍ଷତିପୂରଣ ରାଶି ସଠିକ୍ ସମୟରେ ପୀଡିତାଙ୍କୁ ମିଳିବା ଯୋଗୁଁ ଅନେକ ମ୍ସ୍ୟା ସମାଧାନ ହୋଇପାରିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking