27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶନକ୍ସଲଙ୍କ ଗଡ ଭାଙ୍ଗିବେ ମହିଳା କମାଣ୍ଡୋ

ନକ୍ସଲଙ୍କ ଗଡ ଭାଙ୍ଗିବେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ଦେଶରେ ନକ୍ସଲ ସମସ୍ୟା ଏବେ ବି ଲାଗି ରହିଛି । ଜଙ୍ଗଲ ଭିତରେ ନିଜର ଆଧିପତ୍ୟ ବିସ୍ତାର କରି କ୍ଷମତା ଦଖଲ କରିବାକୁ ହିଂସା ଆପଣାଉଛନ୍ତି ନକ୍ସଲମାନେ । ସେମାନଙ୍କୁ ଦମନ କରିବାକୁ କେନ୍ଦ୍ର ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ନକ୍ସଲମାନଙ୍କୁ ଶେଷ କରିବାକୁ ଏବେ ସିଆରପିଏଫ ତରଫରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏନେଇ ୭୫ ଜଣ ସିଆରପିଏଫ ର ମହିଳା କମାଣ୍ଡୋ ଦିଲ୍ଲୀରୁ ଛତିଶଗଡର ଜଗଦଲପୁର ଗସ୍ତ କରିଛନ୍ତି । ସେମାନଙ୍କର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ନକ୍ସଲ ପ୍ରଭାବିତ ଛତିଶଗଡରେ ମହିଳା ସଶକ୍ତିକରଣର ବାର୍ତ୍ତା ପହଂଚାଇବା ।ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳରେ ସିଆରପିଏଫର ଯବାନ ମାନେ ନିୟୋଜିତ ରହିଛନ୍ତି । ଆଜି ନୁହେଁ ଦୀର୍ଘ ୨୦ ବର୍ଷ ହେବ ସେଠାରେ ଲୋକମାନଙ୍କୁ ନକ୍ସଲ ଆକ୍ରମଣରୁ ରକ୍ଷା କରିବାକୁ ଯବାନମାନେ ନିୟୋଜିତ ରହିଛନ୍ତି । ଛତିଶଗଡର ସର୍ବାଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ ହେଉଛି ଜଗଦଲପୁର । ସେଠାରେ ସିଆରପିଏଫ ଯବାନମାନେ ଅନେକଥର ସେମାନଙ୍କ ବୀରତ୍ୱର ପ୍ରମାଣ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking