27.1 C
Bhubaneswar
Sunday, September 8, 2024
Homeଅପରାଧମହିଳାଙ୍କ ଝୁଲନ୍ତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମହିଳାଙ୍କ ଝୁଲନ୍ତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଭରତପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ସେ ହେଲେ ମଧୁସ୍ମିତା ଜେନା । ଝରକାରେ ଝୁଲନ୍ତା ଅବସ୍ଥାରେ ମଧୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ହତ୍ୟା କରି ତାଙ୍କୁ ଝରକାରେ ଟାଙ୍ଗି ଦେଇଥିବା ମଧୁସ୍ମିତାଙ୍କ ପରିବାର ଲୋକ ଥାନରେ ଅଭିଯୋଗ କରିଛନ୍ତି । ଆଲୋକ କୁମାର ସାହୁଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଉଛି । ମଧୁସ୍ମିତାଙ୍କ ବାପାଙ୍କ ଅଭିଯୋଗ ମୁତାବକ, ତାଙ୍କ ଘର ବାଲେଶ୍ୱର ସଦର ଅଞ୍ଚଳରେ । ତାଙ୍କ ଝିଅ ଏକ ଘରୋଇ ହସ୍ପିଟାଲରେ ନର୍ସିଂ ଭାବେ ଚାକିରି କରୁଥିଲେ । ସେହି ହସ୍ପିଟାଲରେ ଆଲୋକ ମଧ୍ୟ ଟେକ୍ନିସିଆନ୍ ଥିଲେ ।

ସେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ସେମାନେ ୨୦୨୦ ମସିହାରେ ବିବାହ କରିଥିଲା । ତେବେ ଅଭିଯୋଗ ଅନୁଯାୟୀ ବିବାହ ପରେ ଶାଶୁଘର ଲୋକେ ଯୌତୁକ ଦାବି ତାଙ୍କ ଝିଅ ଉପରେ ଅତ୍ୟାଚାର କରିଥିଲେ । ଆଲୋକ ଗତ କିଛି ମାସ ହେଲା ପରକୀୟା ପ୍ରୀତିରେ ମାତିଥିବା ତାଙ୍କ ଝିଅ ଜାଣିବାକୁ ପାଇଥିଲା । ଯେଉଁଥିରେ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗୁଥିଲା । ଗତକାଲି ରାତିରେ ଏନେଇ ପୁଣି ଝଗଡ଼ା ହୋଇଥିଲା । ଆଜି ସକାଳେ ମଧ୍‌ୁସ୍ମିତା ଆତ୍ମହତ୍ୟା କରିଥିବା ଆଲୋକ ଫୋନ୍େ‌ର ଜଣାଇଥିଲେ । ପୁଲିସ କହିଛି, ଘଟଣାଟି ଆତ୍ମହତ୍ୟାଜନିତ କି ମଧୁସ୍ମିତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଶବ ବ୍ୟବେଚ୍ଛଽ ରିପୋର୍ଟ ଆସିବା ପରେ ଜଣାପଡ଼ିବ । ପୁଲିସ ଏହାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking