କୋଲକାତା: ଟ୍ରେନ ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସରକ୍ଷଣ ସେମାନଙ୍କ ପାଇଁ କରାଯାଇଛି 1 ହେଲେ ସେଠାରେ ମଧ୍ୟ ସେମାନେ ନିରାପଦ ନୁହଁନ୍ତି 1 ଘଟଣା ଅନୁଯାୟୀ କଲିକତା ସହରରେ ଏକ ଚଳନ୍ତା ଟ୍ରେନର ଲେଡିଜ୍ କମ୍ପାର୍ଟମେଣ୍ଟରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବାଞ୍ଚଳ ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ଉତ୍ତର 24 ପରଗାନା ଜିଲ୍ଲାର ଦମଦମ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି।
ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଯୋଗକୁ ଭିତ୍ତି କରି ଶନିବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣାରେ ସରକାରୀ ରେଳବାଇ ପୋଲିସ (ଜିଆରପି ) ଏବଂ ରେଳ ସୁରକ୍ଷା ବଳ (ଆରପିଏଫ) ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଜଣେ 32 ବର୍ଷ ବୟସ୍କ ବ୍ୟକ୍ତି, ଯିଏ ଉତ୍ତର 24 ପରଗାନା ଜିଲ୍ଲାର ରାହାରା ନିବାସୀ ବୋଲି ଜଣାପଡିଛି ।
ଭାରତୀୟ ପେନାଲ କୋଡ (ଆଇପିସି) ର ଧାରା 323 ଏବଂ 354 ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ଏହି ଘଟଣାର ପୀଡିତାଙ୍କ ବୟସ କୋଡିଏ ବର୍ଷ ଓ ସେ ଜଣ ଟାଟୁ କଳାକାର 1 ଟ୍ରେନରେ ତାଙ୍କୁ ଅସଦାଚରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଚତୁରତା ସହ ମୋବାଇଲ୍ ଫୋନ୍ ବ୍ୟବହାର କରି ତାଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣାର ଭିଡିଓ ସୁଟିଂ କରିଥିଲେ। ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମହିଳା ଜଣକ ଫେସବୁକରେ ଲାଇଭ ଯାଇଥିଲେ।
ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଚିହ୍ନିବା ପାଇଁ ଜିଆରପି ଏବଂ ଆରପିଏଫ ମହିଳାଙ୍କ ଭିଡିଓ ଜବତ କରିବା ସହିତ ସିସିଟିଭି ପ୍ରମାଣ ମଧ୍ୟ ଯାଞ୍ଚ କରିଛନ୍ତି।
ମହିଳା ଜଣକ ଗଣମାଧ୍ୟମକୁ କହିଥିଲେ ଯେ ସେ ଏକ ଲେଡିଜ୍ କମ୍ପାର୍ଟମେଣ୍ଟରେ ଏକୁଟିଆ ଥିଲେ ଏବଂ ନିଦ୍ରାରେ ଥିଲେ। ଯେତେବେଳେ ସେ ଉଠିଲେ , ସେ ଦେଖିଲେ ଜଣେ ପୁରୁଷ ତାଙ୍କୁ ନିର୍ଯାତନା ଦେଉଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣାକୁ ଜଣାଇବା ପାଇଁ ସେ ଫେସବୁକରେ ଲାଇଭ ଲାଗି ସୁଟିଂ କରିଥିଲେ। ସେ କହିଛନ୍ତି ଯେ
ଉକ୍ତ ବ୍ୟକ୍ତି ଜଣକ ପୁନର୍ବାର ତାଙ୍କୁ ଅସଦାଚରଣ କରିଥିଲେ।
ସେହି ବ୍ୟକ୍ତି ଜଣକ ତାଙ୍କୁ ଥିବା ସମସ୍ତ ମୂଲ୍ୟବାନ ଜିନିଷ ଦେବାକୁ ଲୋଭ ଦେଖିଥିବା ମହିଳା ଆହୁରି ଅଭିଯୋଗ କରିଛନ୍ତି |