18.1 C
Bhubaneswar
Saturday, November 23, 2024
Homeଅପରାଧସ୍ୱାମୀର ପରକୀୟ ପ୍ରୀତି ଧରାପଡିବା ପରେ ମୋବାଇଲ ଚାର୍ଜର ତାରରେ ସ୍ୱାମୀର ତଣ୍ଟି ଚିପି ହତ୍ୟା...

ସ୍ୱାମୀର ପରକୀୟ ପ୍ରୀତି ଧରାପଡିବା ପରେ ମୋବାଇଲ ଚାର୍ଜର ତାରରେ ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାମୀ ଅନ୍ୟ ମହିଳା ସହିତ ସମ୍ବନ୍ଧ ରଖି କରୁଥିଲେ ଅଶ୍ଳୀଳ ଚାଟିଂ । ରାଗରେ ସ୍ତ୍ରୀ ଫୋନ ଚାର୍ଜର ତାରରେ ନେଇଗଲା ଜୀବନ। ରାଜସ୍ଥାନର ଫତେହପୁର ଶେଖାବଟୀରେ ରହୁଥିବା ଜଣେ ମହିଳା ସ୍ୱାମୀଙ୍କୁ ମାରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ପୋଲିସ ଧରିଦେଲା।

ରିପୋର୍ଟ ମୁତାବକ, ୬ ବର୍ଷ ର୍ପୂେବ ମହିନା ନାମକ ଜଣେ ଯୁବତୀ ମକସୁଦ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ଦୁହିଁଙ୍କ କୌଣସି ସନ୍ତାନ ନଥିଲା। ଏହାକୁ ନେଇ ଦୁହେଁ ଚିନ୍ତିତ ରହୁଥିଲେ। ଏପଟେ ଯୁବକ ଜଣକ ଅନ୍ୟ କୌଣସି ମହିଳାଙ୍କ ସହିତ ସଂପର୍କ ଗଢିଥିଲେ ବୋଲି ମହିଳାଙ୍କର ସନ୍ଦେହ ରହିଥିଲା। ଯୁବକ ଜଣକ ମଧ୍ୟ ପତ୍ନୀଙ୍କ ସାମ୍ନାରେ ଅନ୍ୟ ଜଣେ ମହିଳା ସହିତ ଅଶ୍ଳୀଳ ଚାଟ୍‌ କରିବା ସହିତ ଭିଡିଓ କଲ୍‌ ମଧ୍ୟ କରୁଥିଲେ। ଏହା ଜାଣିବା ପରେ ରାଗରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ମାରିବା ପାଇଁ ପ୍ଲାନ କରିଥିଲେ।

ଜୁଲାଇ ୨ ତାରିଖରେ ମଦିନା ନିଜ ଶାଶୁ ଏବଂ ସ୍ୱାମୀଙ୍କ ସହିତ ଏକ ବିବାହକୁ ଯାଇଥିଲେ। ମକସୁଦ ଏହି ବିବାହ କାର୍ଯ୍ୟକ୍ରମରୁ ଜଲଦି ଆସିଯାଇଥିଲେ ଏବଂ ମଦିନା ପରେ ଫେରିଥିଲେ। ମକସୁଦ ଘରକୁ ଆସି ଶୋଇଥିବା ବେଳେ ମଦିନାକୁ ହତ୍ୟା କରିବା ପାଇଁ ସୁଯୋଗ ମିଳିଥିଲା। ତେଣୁ ପ୍ରଥମେ ମଦିନା ଓଢଣୀରେ ଫାଶ କରି ରଖିବା ପରେ ମୋବାଇଲ ଚାର୍ଜର ତାରରେ ବେକକୁ ଚାପି ହତ୍ୟା କରିଥିଲା। ଆଉ ମାରିବା ପରେ ଓଢଣୀରେ ଲଟକାଇ ଆତ୍ମହତ୍ୟାର ରୂପ ଦେଇଥିଲା। ଘର ଲୋକ ମକସୁଦର ଅନ୍ତିମ ସଂସ୍କାର କରିବା ପରେ ଶାଶୁ ସନ୍ଦେହ କରିଥିଲେ। ପୋଲିସକୁ ଖବର କରିବା ପରେ ପଚରାଉଚରା କରିବା ପରେ ମଦିନା ସବୁ ସତ କହିଥିଲେ।

ମଦିନା ପୋଲିସକୁ କହିଥିଲେ କି, ତାଙ୍କ ସ୍ୱାମୀ ତାଙ୍କୁ ମାରପିଟ୍‌ କରୁଥିଲେ। ଅନ୍ୟ ସ୍ତ୍ରୀ ସହିତ ସଂପର୍କ ରଖିଥିଲେ। ତେଣୁ ରାଗରେ ଆସି ମଦିନା ଏପରି କାଣ୍ଡ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking