25.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକେବଳ ବିବାହିତ ପୁରୁଷ ସହ ସମ୍ପର୍କ ରଖନ୍ତି ଏହି ମହିଳା, କାରଣ କ’ଣ ପୁରା ଘଟଣା...

କେବଳ ବିବାହିତ ପୁରୁଷ ସହ ସମ୍ପର୍କ ରଖନ୍ତି ଏହି ମହିଳା, କାରଣ କ’ଣ ପୁରା ଘଟଣା ଜାଣନ୍ତୁ….

କାଲିଫର୍ଣ୍ଣିଆ : ଆଜିକାଲି ସମାଜରେ ପୁରୁଷ ବା ମହିଳା ବାହାଘର ପରେ ପରକୀୟା ପ୍ରୀତି ରଖୁଥିବା ମାମଲା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଏଭଳି ଜଣେ ମହିଳାଙ୍କ ବିଷୟରେ ଜଣାପଡିଛି, ଯାହାକୁ ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ ରଖିବାକୁ ଭଲ ଲାଗେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି ମହିଳା ପୁରୁଷମାନଙ୍କୁ ବିବାହ କରିବାକୁ ଆଗ୍ରହୀ ନାହାନ୍ତି କିମ୍ବା ସେ ସେମାନଙ୍କର ପତ୍ନୀ ହେବାକୁ ବି ଚାହିଁନ୍ତି ନାହିଁ । ଏହି ମହିଳା ବେକଳ ବିବାହିତ ପୁରୁଷମାନଙ୍କ ପ୍ରେମିକା ହେବାକୁ ଚାହାଁନ୍ତି । ତେବେ ଇଂଲଣ୍ଡରେ ରହୁଥିବା ଗ୍ନେନେଥ ଲି ନାମକ ମହିଳାଙ୍କୁ ବିବାହିତ ପୁରୁଷଙ୍କ ସହ ରୋମାନ୍ସ କରିବାକୁ ପସନ୍ଦ । ସେ କହିଛନ୍ତି ଯେ, ତାଙ୍କ ବିବାହିତ ପ୍ରେମିକଙ୍କ ପତ୍ନୀମାନେ ତାଙ୍କୁ କଲ୍ କରି ଡାକନ୍ତି । ସେମାନେ ନିଜ ସ୍ୱାମୀଙ୍କ ଅବସ୍ଥା ବିଷୟରେ କୁହନ୍ତି ଓ ନିଜ ସ୍ୱାମୀଙ୍କ ସହ ରୋମାନ୍ସ କରିବାକୁ ବାଧ୍ୟ କରନ୍ତି । ଗ୍ନେନେଥ ନିଜକୁ ସିରିୟଲ ଚିଟର ଡାକନ୍ତି । ଅନ୍ୟ ମହିଳାଙ୍କ ସ୍ୱାମୀଙ୍କ ରହିବାରେ ତାଙ୍କୁ କେବେ ବି ଦୁଃଖ ହୋଇନି ବୋଲି ସେ କହିଛନ୍ତି ବରଂ ବିବାହିତ ପ୍ରେମିକଙ୍କ ପତ୍ନୀମାନେ ନିଜଆଡୁ ତାଙ୍କ ବାନ୍ଧବୀ ହୋଇଥାନ୍ତି ।

ସୂଚନା ଅନୁଯାୟୀ, ଗ୍ନେନେଥ ଲିଙ୍କ ବୟସ ୪୯ ବର୍ଷ ହୋଇଥିବା ବେଳେ ସେ କାଲିଫର୍ଣ୍ଣିଆ ଓ ଲଣ୍ଡନ ମଧ୍ୟରେ ଯାତ୍ରା କରନ୍ତି । ସେ କହିଛନ୍ତି ଯେ, ଥରେ ନିଶାସକ୍ତ ଜଣେ ମହିଳା ମୋତେ କଲ କରିଥିଲେ । ତାଙ୍କ ସ୍ୱାମୀଙ୍କୁ ଫୋନରୁ ସେ ମୋ ନମ୍ବର ପାଇଥିବା କହିଥିଲେ । ଫୋନରେ ତାଙ୍କ ପତ୍ନୀ ରାଗିବା ବଦଳରେ ମୋତେ ଡ୍ରିଙ୍କରେ ଡାକିଥିଲେ ଓ ସାଥିରେ ତାଙ୍କ ସ୍ୱାମୀ ମଧ୍ୟ ଆସିଥିଲେ । ବିବାହିତ ପ୍ରେମିକମାନଙ୍କ ଅନେକ ସ୍ୱାମୀ ଗ୍ନେନେଥଙ୍କୁ ‘ସ୍ୱାମୀ ଚୋରି କରୁଥିବା ମହିଳା’ ବୋଲି ଡାକନ୍ତି । କିନ୍ତୁ ଏଥିରେ ଗ୍ନେନେଥଙ୍କୁ କୌଣସି ଫରକ୍ ପଡୁନାହିଁ । ସେ କେବଳ ବିବାହିତ ପୁରୁଷମାନଙ୍କ ସହ ସମ୍ପର୍କ ରଖିବାକୁ ଚାହାଁନ୍ତି । ଲି କହିଛନ୍ତି ଯେ, ଅନେକ ପୁରୁଷ ନିଜ ବିବାହିତ ଜୀବନରେ ବୋର୍ ହୋଇଯାଆନ୍ତି । ଏହା ପରେ ସେ ନ ଚାହିଁଲେ ବି ଘର ବାହାରେ ସମ୍ପର୍କ ରଖିଥା’ନ୍ତି । ଏପରି ପୁରୁଷଙ୍କ ସହ ସେ ସମ୍ପର୍କ ରଖିଥା’ନ୍ତି । ଯାହାଫଳରେ ତାଙ୍କର ବାହାଘର ଭାଙ୍ଗିବାରୁ ରକ୍ଷାପାଇଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking