28.1 C
Bhubaneswar
Sunday, September 22, 2024
Homeଅପରାଧଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଗୁଣିଗାରେଡି କରୁଥିବା ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ୬୦ ବର୍ଷୀୟା ରଇବାରୀ ସାନ୍ତା ବୋଲି ପୋଲିସ ସୂଚନା ଦେଇଛି। ରଇବାରୀ ତାଙ୍କ ପରିବାର ସହିତ କେନ୍ଦୁଗୁଡା ଗ୍ରାମରେ ରହୁଥିଲେ । ତେବେ କିଛି ଗ୍ରାମବାସୀ ରଇବାରୀଙ୍କ ସହ ଝଗଡା କରି ତାଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗ କରିଥିଲେ। ହଇରାଣ ହରକତ ହେବା ପରେ ରଇବାରୀ ଝରିଗାଁ ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ସମ୍ବେଦନଶୀଳ ଘଟଣା ଓ ସାଂଘାତିକ ଅଭିଯୋଗ ହୋଇଥିବାରୁ ପୋଲିସ ଉଭୟପକ୍ଷଙ୍କୁ ଥାନାକୁ ଡାକିଥିଲା । ଆପୋସ ବୁଝାମଣାରେ ବିବାଦର ସମାଧାନ କରିବା ସହ ରାଜିନାମା ଲେଖାଇ ରଖିଥିଲା । କିନ୍ତୁ ବିବାଦର ସମାଧାନ ପୂର୍ବରୁ ରଇବାରୀଙ୍କୁ ସବୁଦିନ ପାଇଁ ଚୁପ୍‌ କରିଦିଅ ଯାଇଥିଲା । ପ୍ରାୟ ଦୁଇ ଦିନ ଧରି ରଇବାରୀ ନ ଫେରିବାରୁ ହତ୍ୟା କରାଯାଇଥିବା ନେଇ ଝିଅ ବୁଟୁଲି ‌ସନ୍ଦେହ କରିଥିଲେ । ଝରିଗାଁ ଥାନାରେ ଏତଲା ଦେବାରୁ ଥାନା ଅଧିକାରୀ ତପନ କୁମାର ପତିଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗାଁରେ ପହଞ୍ଚିଥିଲା । ତଦନ୍ତ ସମୟରେ ବହୁ ଜଣଙ୍କୁ ପଚରାଉଚୁରା କରିବାରୁ ରଇବାରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । କିନ୍ତୁ ଶବ କେଉଁଠି ‌ଅଛି ତାହାର କୌଣସି ସୁରାକ ମିଳିନଥିଲା । ତନାଘନା କରି ପୋଲିସ ଜାଣିବାକୁ ପାଇଥିଲାକି ଗାଁ ଠାରୁ ପ୍ରାୟ ୩କିଲୋମିଟର ଦୂରରେ ରହିଥିବା ଏକ ଜମିରେ ରଇବାରୀଙ୍କୁ ପୋତା ଯାଇଛି । ମାଟି ତଳୁ ଶବ ବାହାର କରାଯାଇଛି ବ୍ୟବଚ୍ଛେଦ ନିମନ୍ତେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking