କେନ୍ଦ୍ରାପଡାସ୍ବା: ମୀଙ୍ ମୃତ୍ୟୁ ପରେ ଜଣେ ସଜ ବିଧବା ମହିଳାଙ୍କ ଉପରେ ଶାଶୁଘର ଲୋକଙ୍କ ନିର୍ଯାତନା ଅସହ୍ୟ ହୋଇଛି । ସ୍ବାମୀ ନଥିବାରୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କ ଦିଅର ତାଙ୍କୁ ବାଧ୍ୟ କରୁଥିବା ମହିଳା ଜଣକ ଲିଖିତଭାବେ ଥାନାରେ ଅଭିଯୋଗ କରିଛନ୍ତି । ଅଲକ୍ଷଣୀ ସ୍ବାମୀକୁ ଖାଇଲୁ ବୋଲି ମାନସିକ ନିର୍ଯାତନା ଦେଉଛନ୍ତି । ସ୍ବାମୀଙ୍କ ଶୁଦ୍ଧକ୍ରିୟାରେ ଯେତେ ଟଙ୍କା ଖର୍ଚ୍ଚ ହେଲା କେଉଁଠୁ ଆଣି ଦେ ବୋଲି ଦାବିକରିଛନ୍ତି । ସେ ରାଜି ନହେବାରୁ ତାଙ୍କୁ ଓ ତାଙ୍କର ଦୁଇ ଛୋଟଛୋଟ ପିଲାଙ୍କୁ ଘରୁ ତଡି ଦେଇଛନ୍ତି ଦିଅର ଓ ଶାଶୁ ଶଶୁର । ଜଣେ ସଜ ବିଧବା ହୋଇଥିବା ମହିଳାଜଣକ ନିର୍ଯାତନା ସହିନପାରି ଗାଁରେ ଅନ୍ୟ ଏକ ପରିବାରରେ ଆଶ୍ରୟ ନେଇଛନ୍ତି । ଆଜି କେନ୍ଦ୍ରାପଡା ସଦରଥାନାରେ ପହଞ୍ଚି ଥାନା ବିବୁଙ୍କ ନିକଟରେ ଗୁହାରୀ କରିଛନ୍ତି ବିଷ୍ଣୁପ୍ରିୟା ଜେନା । କଟକ ସହରର ବିଷ୍ଣୁପ୍ରିୟା କେନ୍ଦ୍ରାପଡା ସଦରଥାନା ଜମଧର ଗାଁର ଗୋପିନାଥ ଜେନାଙ୍କ ପୁଅ ଭାଗ୍ୟଧରଙ୍କୁ ବିବାହ କରିଥିଲେ । ୧୭ ଦିନ ପୂର୍ବରୁ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଛି । ଏବେ ବିଷ୍ଣୁପ୍ରିୟା କିପରି ନିଜ ସ୍ବାମୀଙ୍କର ଅଧିକାର ଶାଶୁଘରୁ ପାଇବେ ସେପାଇଁ ପୋଲିସ ନିକଟରୁ ଆଇନଗତ ସହାୟତା ଲୋଡିଛନ୍ତି ।