ଢେଙ୍କାନାଳ: ନିଜକୁ ଜାଳିଦେଲେ ମହିଳା ! ପୁଣି ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମାହୁତି ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର ଭୁବନ ଏନଏସି ପୁରୁଣା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ନିଜକୁ ଜାଳିଦେଇଥିବା ଖବର ମିଳିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଶରୀର ୫୦ ପ୍ରତିଶତ ଜଳିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆତ୍ମାହୁତି ଦେବା ଏକ ଟ୍ରେଣ୍ଡ ପାଲଟିଛି ।










