ଯାଜପୁର : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ । ଏଥିପାଇଁ ତାଙ୍କ ନାତି ସୁଜିତ କୁମାର ବାରିକ ଟାଟା କମ୍ପାନୀ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ବିଭାଗର ତ୍ରୁଟି ଯୋଗୁ ତାର ଛିଡି ଏପରି ହୋଇଛି ବୋଲି ସେ ଅଭିଯୋଗ ଆକରିଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା । ସୂଚନା ଅନୁଯାୟୀ,ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ମଙ୍ଗଳପୁର ଥାନା ଅନ୍ତର୍ଗତ କମାରଡ଼ିହି ପଞ୍ଚାୟତ ଇଟ୍ଟାପଡା ଗ୍ରାମରେ ବାସ କରୁଥିଲେ ମୃତକ ମହିଳା ଜଣକ । ଆଜି ସକାଳ ପ୍ରାୟ ୫ଟା ସମୟରେ ଘର ସମ୍ମୁଖରେ ଛିଡ଼ି ପଡ଼ିଥିବା ତାର ସହ ଲାଗି ପଡିଥିବାର ପରିବାର ଲୋକେ ଦେଖିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଗ୍ରାମ ମଝିରେ ଯାଇଥିବା ତାରଟି ଦୁର୍ବଳ ବୋଲି ଟାଟା ବିଭାଗକୁ ପୂର୍ବରୁ ଅଭିଯୋଗ କରାଯାଇଥିଲା । କିନ୍ତୁ ଏନେଇ କମ୍ପାନି କର୍ଣ୍ଣପାତ ନକରି ମରାମତି ମଧ୍ୟ କରିନଥିଲା। ତେବେ ଏହି ଦୁର୍ବଳ ତାର ଛିଡି ଏପରି ଦୁଖଃଦ ଘଟଣା ହୋଇଥିବାରୁ ଟାଟା କମ୍ପାନିକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ତେବେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।