33.1 C
Bhubaneswar
Saturday, October 5, 2024
Homeଅପରାଧଏସିଡ୍ ଆଟାକ୍ ପରେ ମହିଳା ଗୁରୁତର

ଏସିଡ୍ ଆଟାକ୍ ପରେ ମହିଳା ଗୁରୁତର

ମୁମ୍ବାଇ: ବର୍ତ୍ତମାନ ସମୟରେ ରାଜ୍ୟ ତଥା ଦେଶରେ ଅପରାଧିକ ମାମଲା ବୃଦ୍ଧି ପାଇବାର ଲାଗିଛି । କିଏ ଧନ ସମ୍ପତ୍ତି ପାଇଁ କାହାକୁ ହତ୍ୟା କରିଲାଣି ତ ଆଉ କିଏ ପ୍ରମ ସମ୍ପର୍କକୁ ନେଇ ପ୍ରେମିକାକୁ ଧମକ ଦେଲାଣି । ତେବେ ପୂର୍ବରୁ ଏହିପରି ମାମାଲା ଅନେକ ଘଟିଥିବା ବେଳେ ବର୍ତ୍ତମାନ ପୁଣି ଏକ ମାମାଲା ସାମ୍ନାକୁ ଆସିଛି । ଯାହାକି ସେଠାକାର ଅଞ୍ଚଳରେ ଭୟଙ୍କର ବାତାବରଣ ସୃଷ୍ଟି କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ମୁମ୍ବାଇରେ ରହୁଥିବା ଜଣେ ମହିଳାଙ୍କ ଉପରକୁ ଜଣେ ୬୨ ବର୍ଷର ବୟସ୍କ ବ୍ୟକ୍ତି ଏସିଡ ମାଡ କରିଛି । ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ, ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ପୋଲିସର କହିବା ଅନୁଯାୟୀ, ମହିଳାଙ୍କ ଉପରୁ ଏସିଡ ମାଡ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ଜାଣିଛନ୍ତି । ଏଥିସହିତ ଉଭୟ ଦୀର୍ଘ ୨୫ ବର୍ଷ ଧରି ଲିଭ୍ -ଇନ୍ ରେ ରହୁଥିବା ମଧ୍ୟ ଜଣାପଡିଛି ।

ଏତତ୍ ବ୍ୟତୀତ ପୋଲିସ ଏହା ମଧ୍ୟ କହିଛି ଯେ ମହିଳା ଜଣଙ୍କ ଦକ୍ଷିଣ ମୁମ୍ବାଇର ଲୋକମାନ୍ୟ ତିଲକମର୍ଗ ଅଞ୍ଚଳରେ ବୋତଲରେ ପାଣି ଭରୁଥିବା ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ସହ ଅସଦାଚରଣ କରିଥିଲେ ଏହାପରେ ତାଙ୍କ ମୁହଁରେ ଏସିଡ ପକାଇ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣାଟି ହୋଇଥିବା ପୋଲିସ କହିଛି ।

ପୋଲିସ ଆହୁରୀ ମଧ୍ୟ କହିଛନ୍ତି ଯେ ଦୀର୍ଘ ୨୫ ଧରି ଅଭିଯୁକ୍ତ ଏବଂ ଉକ୍ତ ମହିଳା ଜଣଙ୍କ ଲିଭଇନ୍ ରେ ରହି ଆସୁଥିଲେ । କିନ୍ତୁ କିଛି ଦିନ ପୂର୍ବରୁ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଏବଂ ଅଭିଯୁକ୍ତ ଘରୁ ଚାଲିଯାଇଥିଲେ । ତେବେ ଏହାର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ମହିଳାଙ୍କ ଉପରକୁ ଏସିଡ ମାଡ କରିଥିବା ଜଣାପଡିଛି । ତେବେ ଏହି ଘଟଣା ପରେ ଅଭିଯୁକ୍ତକୁ ଭାରତୀୟ ଦଣ୍ଡବିଧାନ ଅନୁଯାୟୀ, ଧାରା ୩୦୬ (ଏ), ୩୦୭, ୫୦୪, ଏବଂ ୫୦୬ ଅଧିନରେ ମାମଲା ରୁଜୁ ହୋଇଛି । ଯେଉଁଥିରେ ହତ୍ୟା ଉଦ୍ୟମ, ଏସିଡ ଆଟାକ୍ , ଏବଂ ଅପରାଧିକ ମାମାଲା ସାମିଲ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking