ଲକ୍ଷ୍ନୌ : ଉତ୍ତରପ୍ରଦେଶର ମେନପୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ଚା କରିବା ସମୟରେ ଚିନି ଭାବି ଚା’ରେ କିଟନାଶକ ପକାଇଦେଇଥିଲେ । ଏହି କିଟନାଶକ ମିଶା ଚା ପିଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏସ୍ପି କମଳେଶ ଦିକ୍ଷୀତଙ୍କ କହିବା ଅନୁଯାୟୀ ଶିବନନ୍ଦନ ଏବଂ ତାଙ୍କ ୨ ପୁଅ ଶିବାଙ୍ଗ (୬) ଏବଂ ଦିବ୍ୟାଂଶ (୫) ଏବଂ ତାଙ୍କ ଶ୍ୱଶୁର ରବିନ୍ଦ୍ର ସିଂହ ଓ ଜଣେ ପଡ଼ୋଶୀ ସୋବରାନ ତାଙ୍କ ଘରେ ଚା’ ପିଇବାପରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ରବିନ୍ଦ୍ର, ଶିବାଙ୍ଗ ଏବଂ ଦିବ୍ୟାଂଶଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ସୋବରାନ ଏବଂ ଶିବନନ୍ଦନଙ୍କ ଅବସ୍ଥା ଏବେ ବି ଅତି ଜଟିଳ ରହିଛି ।
ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇ ଓ ସାନଭାଇର ପତ୍ନୀକୁ ହତ୍ୟା କଲା ବଡଭାଇ