19.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଆଗୁଆ ଘୋଷଣା ହେଲା ଶୀତ ଛୁଟି, ୯ରୁ ୧୮ ସ୍କୁଲ ବନ୍ଦ

ଆଗୁଆ ଘୋଷଣା ହେଲା ଶୀତ ଛୁଟି, ୯ରୁ ୧୮ ସ୍କୁଲ ବନ୍ଦ

ଦିଲ୍ଲୀ : ଘୋଷଣା ହେଲା ଆଗୁଆ ଶୀତ ଛୁଟି । ନଭେମ୍ବର ୯ରୁ ୧୮ ସ୍କୁଲ ବନ୍ଦ କଲେ ସରକାର । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି କିଛି ନିଷ୍ପତି ନେଇଛନେତି ଦିଲ୍ଲୀ ସରକାର । ଅର୍ଥାତ ପିଲାଙ୍କୁ ଏବେ ଶୀତ ଦିନର ୧୦ଦିନିଆ ଛୁଟି ଡିସେମ୍ବର ବଦଳରେ ନଭେମ୍ବରରେ ମିଳିବ । ଦିଲ୍ଲୀ ସରକାରଙ୍କ କହିବା ମୁତାବକ ଡିସେମ୍ବର-ଜାନୁଆରୀର ବ୍ରେକ ଏବେ ପିଲାଙ୍କୁ ଦିଆଯିବ । ବିଷାକ୍ତ ବାୟୁ ଓ ବଢୁଥିବା ପ୍ରଦୂଷଣ ମାତ୍ରାକୁ ଦେଖି ଏଭଳି ପଦକ୍ଷପ ନିଆଯାଇଛି । ଏଭଳି କରିବା ଦ୍ୱାରା ପିଲାମାନେ ସୁରକ୍ଷିତ ରହିପାରିବେ । ଲଗାତାର ୬ ଦିନ ଯାଏ ସହରରେ ବିଷାକ୍ତ ବାୟୁ ତଥା ଧୂଆଁ ପ୍ରବାହିତ ହେଉଛି । ଏହି କାରଣରୁ ସ୍କୁଲ ଗୁଡିକୁ ଆସନ୍ତା ୯ ତାରିଖରୁ ୮ ତାରିଖ ଯାଏଁ ଶୀତକାଳିନ ଅବକାଶ ପାଇଁ ବନ୍ଦ ରଖାଯିବାକୁ କୁହାଯାଇଛି । ସମସ୍ତ ସ୍କୁଲଗୁଡିକୁ ତୁରନ୍ତ ବନ୍ଦ କରିବାକୁ ନଦେ୍ର୍ଦ ଦିଆଯାଇଥିବା ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ କହିଛନ୍ତି । ରାଜଧନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ବେଶ୍ ଭୟଙ୍କର ରହିଛି । ଦିଲ୍ଲୀ ବର୍ତ୍ତମାନ ଗ୍ୟାସ ଚାମ୍ବର ପାଲଟିଛି । ଚାଲିଆଡେ ଧୂଆଁର କଳା ଚାଦର ଢାଙ୍କି ହୋଇ ରହିଛି । ଲୋକଙ୍କ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି । ଏଥିପାଇଁ ସମସ୍ତ ନିର୍ମାଣଧିନ କାମ ଉପରେ ରୋକ ଲଗାଯାଇଛି । ଏଥିସହ ଖୁବଶୀଘ୍ର ଅଡ୍-ଇଭେନ୍ ଲାଗୁ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking