ଭୁବନେଶ୍ୱର: ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ । ଚାରିଆଡେ କୋହଲା ପାଗ, ଦିନ ବାରଟା ଯାଏଁ କମୁନି କୁହୁଡି ପୁଣି ଫେରିଛି ଶୀତ । ରାଜ୍ୟରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କୋଟଗଡ଼ ପlରିଗଡ଼, ସୁବର୍ଣ୍ଣଗିରୀ ଖମାନଖୋଲ, ପୋଖରୀ ବନ୍ଧ ଅଞ୍ଚଳ ସମେତ ଦାରିଙ୍ଗବାଡି, କ.ନୁଆଗାଁ,ବେଲଘର, ତୁମୁଡ଼ିବନ୍ଧ, ଵେଲଘର ଅଞ୍ଚଳରେ ବଢିଛି ପ୍ରବଳ ଶୀତ । ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି । ଦିନ ବାରଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ । ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ । ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଗରିବ ଓ ଶ୍ରମଜୀବି କର୍ମ କ୍ଷେତ୍ରକୁ ଯାଇ ପାରୁ ନାହାନ୍ତି ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣି ଓ୍ବାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍, ପାର୍କ, ରାସ୍ତା ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥିସହିତ ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଶୀତ ବଢୁଥିବାରୁ କର୍ମଜୀବୀ ଓ ଗରିବ ଗୁରୁବା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ଅଧରାତିରୁ ନିଆଁ ଜାଳି ନିଆଁର ଆଶ୍ରୟ ନେଉଛନ୍ତି ।