ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତର ପ୍ରକୋପ । ତେବେ ୨୪ ଘଣ୍ଟା ମଧ୍ୟରେ ୯ ଡ଼ିଗ୍ରୀ ସହ ସବୁଠୁ ଥଣ୍ଡା ସହର ଭାବେ ସୋନପୁର ରେକର୍ଡ଼ କରିଛି । ଆଗାମୀ ଦିନ ମାନଙ୍କରେ ପାରଦ ୨-୩ ଡ଼ିଗ୍ରୀ ଖସିବା ସହ ଶୀତ ଅହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । ରାଜ୍ୟରେ ୧୧ଟି ସହରର ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଛି । ତେବେ ଦାରିଙ୍ଗବାଡ଼ି ରେ୯.୫ , ଫୁଲବାଣୀରେ ୧୧.୩ ଅନୂଗୁଳରେ ୧୦.୬ , କେନ୍ଦୁଝରରେ ୧୨ , ବାରିପଦାରେ ୧୨.୪ , ଭବାନୀପାଟଣାରେ ୧୨,୮ , କୋରାପୁଟରେ ୧୩, ଝାରସୁଗଡ଼ାରେ ୧୩.୨ ,ବଲାଙ୍ଗିରରେ ୧୪ , କଟକରେ ୧୪.୭ ଓ ରାଜଧାନୀରେ ୧୬ ଡ଼ିଗ୍ରୀ ତାପମାତ୍ରା ରହିଛି ।