31.1 C
Bhubaneswar
Friday, March 29, 2024
Homeଓଡିଶାବାପା ପୁଅଙ୍କ ଅଡ଼ୁଆ ବଢିଲା

ବାପା ପୁଅଙ୍କ ଅଡ଼ୁଆ ବଢିଲା

ଭୁବନେଶ୍ୱର : ପାଠକ ବାପ ପୁଅ ଏବେ ଅଡ଼ୁଆରେ । ନିଜକୁ ନିିର୍ଦ୍ଦୋଶ ବୋଲି କହୁଥିବା ଆଇଏଫଏସ ପାଠକ ଏବେ ବନ୍ଧାହୋଇ ଜେଲରେ । ଆଉ କିଛି ଦିନ ପରେ ବିଧାୟକଙ୍କ ଝିଅ ସହ ବିବାହ ହୋଇଥାନ୍ତ । କୋଟି କୋଟି ଟଙ୍କାର ଆର‌୍ୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ନେଇ ଅଭୟକାନ୍ତ ପାଠକ ଓ ଆକାଶ ପାଠାକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଇଡ଼ି ମଧ୍ୟ ଏବେ
ଜେରା କରୁଛି । ଭିଜିଲାନ୍ସର ଗିରଫ ପରେ ବାପା ପୁଅଙ୍କ ବେଆେଇନ ସମ୍ପତିର ଯେଉଁ ହିସାବ ଦେଇଛି ତାହା ବେଶ ଆଶ୍ଚର୍ଯ୍ୟଜନକ । ଭିଜିଲାନ୍ସୁ ଏବେଯାଏଁ ୯ କୋଟି ୩୫ ଲକ୍ଷର ସମ୍ପତି ଠାବ କରିସାରିଛି । କିନ୍ତୁ କୌଣସି ବେଆଇନ ଭାବରେ ନୁହଁ ବରଂ ତାଙ୍କ ପୁଅ ମାସକୁ କୋଟିଏ ଟଙ୍କା ଦରମା ପାଉଥିବା ସଫେଇ ଦେଇଛନ୍ତି ପାଠକ । ସେପଟେ ପୁଅକୁ ଆକାଶ ଆକ୍ରୋଶ ରଖି ଫସାଯାଇଛି ବୋଲି କହିଛନ୍ତି । ତେବେ ଏତେ ପଇସା କେଉଁଠୁ ଆସୁଥିଲା ଓ କିପରି ଖର୍ଚ୍ଚ ହେଉଥିଲ । ତା ନେଇ ଇଡ଼ି େଏବେ ତନାଘନା କରୁଛି । ଏହି ଅଭିଯୋଗରେ ଆଇଏଫଏସ ପାଠକଙ୍କ ପୁତୁରା ଓ ଡ଼୍ରାଇଭର ସଂମ୍ପୃକ୍ତ ଥିବା ଜଣାପାଡ଼ିଛି । ତେବେ ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲ । ଝାରପଡ଼ା ଜେଲରେ ବାପା, ପୁଅ ପ୍ରଥମ ରାତି ରହିଥିଲେ ।କୋର୍ଟରେ ଜାମିନ ଆବେଦନ ଖରଜ ପରେ ୨ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟ ପଟେ ଘଟଣାର ତଦନ୍ତ କରିବା ପାଇଁ ୨୦ ଜଣିଆ ଏସୃାଇଟି ଟିମ ଗଠନ କରାଯାଇଛି । ଏସପି, ଡ଼ିଆଇଜି ନିଝେ ଏହି ଘଟଣାର ତଦନ୍ତ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ଚାକିରୀରୁ ଅଭଅକାନ୍ତଙ୍‌କୁ ସସପେଣ୍ଡ କରିଛନ୍ତି । ସୂଚନାଯୋଗ୍ୟଯେ ଗତ ୩ଦିନ ତଳେ ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ନେଇ ପୋଲିସ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking