17.1 C
Bhubaneswar
Sunday, December 29, 2024
Homeଦେଶ ବିଦେଶଯେ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରା ନ ଯାଇଛି, ସେ...

ଯେ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରା ନ ଯାଇଛି, ସେ ପର୍ଯ୍ୟନ୍ତ ନିର୍ବାଚନ ଲଢିବିନି’: ମେହବୁବା ମୁଫତୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମୁଫତୀ କହିଛନ୍ତି, ‘ଯେ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ ନ କରାଯାଇଛି ସେ ଯାଏ ନିର୍ବାଚନ ଲଢିବି ନାହିଁ’। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ବାବଦରେ ମୁଫତୀ କହିଛନ୍ତି, କର୍ଣ୍ଣାଟକବାସୀ ଦେଖାଇ ଦେଇଛନ୍ତି ଯେ ସେମାନଙକ ତାକତ୍ ସାମ୍ନାରେ କୌଣସି ଏଜେନ୍ସି କିଛି ନୁହେଁ । ମେହବୁବା ମୁଫତୀ କହିଛନ୍ତି, ‘ଗତ ୫ ବର୍ଷ ମଧ୍ୟରେ କର୍ଣ୍ଣାଟକରେ ଘୃଣାଭାବ ବୃଦ୍ଧି ପାଇଛି । ଲୋକଙ୍କୁ ଭାଗଭାଗ କରିବାକୁ ରାଜନୀତି କରାଯାଇଛି । ଯାହା ଫଳରେ ଏଠାରେ ଧର୍ମ ନିରପେକ୍ଷତାରେ ଅଙ୍କୁଶ ଉଠିଛି । ମୁଁ ଆଶା କରୁଛି ଏବେ ସିଦ୍ଦରମୈୟାଙ୍କ ସରକାର ଏହାକୁ ସୁଧାରିବା ଦିଗରେ କାର୍ଯ୍ୟ କରିବ’।

କାଶ୍ମୀର ପ୍ରସଙ୍ଗ ଉଠାଇ ମେହବୁବା ମୁଫତୀ କହିଛନ୍ତି, ‘୨୦୧୯ରେ ଜାମ୍ମୁ କାଶ୍ମୀରକୁ ଅଧିକାର ବିହୀନ କରି ଦିଆଯାଇଥିଲା । କାଶ୍ମୀରର ସମସ୍ୟା ବଢିଗଲା । ଗୋଟିଏ ମୁସଲିମ୍ ବହୁଳ ରାଜ୍ୟ ହୋଇ ମଧ୍ୟ ଆଶା କରୁଥିଲୁ ଦେଶର ଚିନ୍ତାଧାରା ସହ ଖାପ୍ ଖୁଆଇ ଚାଲିଲେ ଆମର ଗାରିମା ବୃଦ୍ଧି ପାଇବ । ଏକ ମୁସଲିମ୍ ବହୁଳ ରାଜ୍ୟ ଭାରତୀୟ ରାଷ୍ଟ୍ରୀୟତାର ଆତ୍ମା ହୋଇଯାଇଥିଲା କିନ୍ତୁ ତାହାକୁ ବିଜେପି ଶେଷ କରିଦେଇଛି । କିନ୍ତୁ ଏବେ ତାହା ଆଉ ନାହିଁ । ଏବେ ସେଠାରେ ଲୋକମାନେ କିଭଳି ରହୁଛନ୍ତି ତାହା କଳ୍ପନା ମଧ୍ୟ କରିହେବନି’।
ମୁଫତୀ ଆହୁରି ମଧ୍ୟ କହିଛନ୍ତି, ‘ସୁରକ୍ଷା ଆଳରେ ବାରମ୍ବାର ଯାଞ୍ଚ କରାଯାଉଛି ।

ଏଜେନ୍ସି ଗୁଡିକ ଲୋକମାନଙ୍କୁ ବାରମ୍ବାର ହଇରାଣ ହରକତ୍ କରୁଛନ୍ତି । ଦିଲ୍ଲୀ ସମସ୍ତଙ୍କ ପାଇଁ ଏକ ଓ୍ବେକ୍ ଅପ୍ କଲ୍ ହେବା ଉଚିତ । ଯେ ପର୍ଯ୍ୟନ୍ତ ବିଜେପି କୌଣସି ବିରୋଧୀ ଦଳକୁ ହାଇଜ୍ୟାକ୍ ନ କରିଛି ଓ ବିଧାୟକ ମାନଙ୍କୁ ନକିଣିଛି ସେ ପର୍ଯ୍ୟନ୍ତ ଛାଡିବନି । ଜାମ୍ମୁ କାଶ୍ମୀର ଏବେ ଖୋଲା ଜେଲ୍ରେ ପରିଣତ କରିଦିଆଯାଇଛି । ବିଜେପି ହିଁ ଏ ସବୁ ପଛର ମୂଳ କାରଣ ହୋଇ ଛିଡାହୋଇଛି । ଭାରତ ଯୋଡୋ ଯାତ୍ରା କର୍ଣ୍ଣାଟକରେ କଂଗ୍ରେସ ବିଜୟ ପଛରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛି । ଆଗକୁ ଦେଶବ୍ୟାପୀ ଏଭଳି ପରିବର୍ତ୍ତନର ଆବଶ୍ୟକତା ରହିଛି’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking