30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଚର୍ଚ୍ଚାରେ ସୁକେଶ ଚନ୍ଦ୍ରଶେଖର, ଜେଲରୁ ପଠାଇଲେ ଜ୍ୟାକଲିନଙ୍କ ପାଇଁ ଚିଠି

ଚର୍ଚ୍ଚାରେ ସୁକେଶ ଚନ୍ଦ୍ରଶେଖର, ଜେଲରୁ ପଠାଇଲେ ଜ୍ୟାକଲିନଙ୍କ ପାଇଁ ଚିଠି

ନୂଆଦିଲ୍ଲୀ: ଜେଲରୁ ପ୍ରେମିକାକୁ ନବରାତ୍ରିର ଶୁଭେଚ୍ଛା ଜଣାଇଲେ ମହାଠକ ସୁକେଶ ଚନ୍ଦ୍ରଶେଖର । ପ୍ରେମିକା ତଥା ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ୯ ଦିନ ଉପବାସ ବ୍ରତ କରିବ ବୋଲି ଏକ ସ୍ୱତନ୍ତ୍ର ଚିଠି ଲେଖି ପଠାଇଛି ସୁକେଶ । ଏହି ଚିଠିରେ ଲେଖାଅଛିି କାଲିଠାରୁ ନବରାତ୍ରି ଆରମ୍ଭ ହେଉଛି, ଜ୍ୟାକଲିନଙ୍କ ମଙ୍ଗଳ ପାଇଁ ଏବଂ ତାଙ୍କ ଉପରୁ ସବୁ ବାଧାବିଘ୍ନ ଦୂର କରିବା ପାଇଁ ସେ ନବରାତ୍ରିିର ୯ ଦିନ ଯାକ ଉପବାସ କରିବେ ।
ମା’ ଶକ୍ତିଙ୍କ କୃପାରୁ ସବୁକିଛି ତାଙ୍କ ସପକ୍ଷରେ ଯିବ ଏବଂ ଦୁହେଁ ଖୁବ୍ ଶ୍ରୀଘ୍ର ଏକାଠି ହୋଇ ନୂଆ ଜୀବନ ଆରମ୍ଭ କରିପାରିବା । ଏହା ସହ ସୁକେଶ ଲେଖିଛନ୍ତି ସେ ଜାକଲିନ୍ ପାଇଁ ବୈଷ୍ଣୋଦେବୀ ମନ୍ଦିର ଓ ମହାକାଳେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥାର ଆୟୋଜନ କରିଛନ୍ତି । କୋଟି କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ତିହାର ଜେଲରେ ଅଛି ମହାଠକ ସୁକେଶ ଚନ୍ଦ୍ରଶେଖର । ଦୁଇ ଶହ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking