30.1 C
Bhubaneswar
Saturday, October 5, 2024
Homeଅପରାଧସ୍ତ୍ରୀ ତଣ୍ଟିଚିପି ହତ୍ୟା, ସ୍ୱାମୀ ଗିରଫ

ସ୍ତ୍ରୀ ତଣ୍ଟିଚିପି ହତ୍ୟା, ସ୍ୱାମୀ ଗିରଫ

ଭଦ୍ରକ : ତିହିଡ଼ି ବ୍ଲକ୍ ପିରାହାଟ ଥାନା ଶ୍ୟାମଶୁନ୍ଦର ପୁର ପଞ୍ଚାୟତ ଈଶ୍ୱରପୁର ଗ୍ରାମର ଶଶଧର ମଳିକ ପତ୍ନୀ ସୀତା ମଳିକଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏ ସମ୍ପର୍କରେ ଏକ ମୋକଦ୍ଦମା ରୁଜୁକରି ସ୍ୱାମୀକୁ ଗିରଫ କରିଛି । ମୃତ ସୀତାର ବାପା ନିରଞ୍ଜନ ମଳିକଙ୍କ ଅଭିଯୋଗରୁ ଜଣାପଡିଛି ଯେ, ସୀତାଙ୍କ ସ୍ୱାମୀ ଶଶଧର ହାଇନ୍ଦ୍ରାବାଦରେ ରହନ୍ତି । ସେ ରବିବାର ସକାଳେ ଘରକୁ ଫେରିଥିଲେ । ସେହିଦିନ ରାତିରେ କୌଣସି କାରଣରୁ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଶଶଧର ସୀତାଙ୍କ ତଣ୍ଟି ଚିପି ଦେଇଥିଲେ । ଫଳରେ ସୀତା ଗୁରୁତର ଆହାତ ହୋଇଥିଲେ । ଆହତ ଅବସ୍ଥାରେ ସୀତାଙ୍କୁ ତିହିଡି ଡାକ୍ତରଖାନା ନିଆଯାଇଥିଲା , ଡାକ୍ତର ସେଠାରେ ସୀତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ ପିରାହାଟ ଥାନାଧିକାରୀ ଗୟାଧର ବେହେରା ଡାକ୍ତରଖାନାରେ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking