30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶସ୍ୱାମୀକୁ କରେଣ୍ଟ ଦେଇ ମାରିଦେଲା ସ୍ତ୍ରୀ....

ସ୍ୱାମୀକୁ କରେଣ୍ଟ ଦେଇ ମାରିଦେଲା ସ୍ତ୍ରୀ….

ଆଗ୍ରା: ଆଗ୍ରାରୁ ଆସିଲା ଏକ ଭୟଙ୍କର ଖବର । ସ୍ୱାମୀଙ୍କୁ କରେଣ୍ଟ ଦେଇ ହତ୍ୟା କଲା ସ୍ତ୍ରୀ । ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ମୃତଦେହକୁ ଦୁଇ ଦିନ ଧରି ଘରେ ବନ୍ଦ ରଖିଥିଲେ ବୋଲି ଅଭିଯୋଗ ହୋଇଛି । ଦୁର୍ଗନ୍ଧ ଆସିବା ପରେ ସେ ନିଜେ ଥାନାରେ ପହଞ୍ଚି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ମୃତ ବ୍ୟକ୍ତିଙ୍କ ନାମ ନୀରଜ ବୋଲି ସଦର ଥାନା ଅଧିକାରୀଙ୍କ ସୂଚନା । ନୀରଜ କୁଶୱାହା ତାଙ୍କ ପତ୍ନୀ ପ୍ରୀତି ଏବଂ ଦୁଇ ପିଲାଙ୍କ ସହ ନାଗଲା କଛିଆଁରେ ଏକ ଭଡ଼ା ଘରେ ରହୁଥିଲେ ।

ସେ ଆଗ୍ରା କ୍ୟାଣ୍ଟ ଷ୍ଟେସନରେ ଭେଣ୍ଡର ଭାବେ କାମ କରୁଥିଲେ । ଅଭିଯୁକ୍ତ ମହିଳାଙ୍କ କହିବା ଅନୁଯାୟୀ, ନୀରଜ ମଦ୍ୟପାନ କରି ପ୍ରୀତିଙ୍କୁ ପ୍ରତିଦିନ ହଇରାଣ କରୁଥିଲେ, ଯେଉଁଥିପାଇଁ ସେ ତାଙ୍କ ସ୍ୱାମୀଙ୍କ ଗୋଡ଼ରେ ବିଦ୍ୟୁତ ତାର ବାନ୍ଧି ବିଦ୍ୟୁତ୍ ଆଘାତ ଦେଇଥିଲେ । ବିଦ୍ୟୁତଆଘାତରେ ନୀରଜଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ମୃତଦେହକୁ ଦୁଇ ଦିନ ପର୍ଯ୍ୟନ୍ତ ଏକ କୋଠରୀରେ ବନ୍ଦ ରଖିଥିଲେ । ସୋମବାର ସକାଳେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ପ୍ରୀତି କୋଠରୀରେ ତାଲା ପକାଇ ଚାବି ଥାନାକୁ ନେଇଥିଲେ, ସେଠାରେ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା କହିଥିଲେ । ଏ ସଂକ୍ରାନ୍ତରେ ଥାନା ଅଧିକାରୀ ପ୍ରଦୀପ କୁମାର କହିଛନ୍ତି ଯେ ପୋଲିସ ମୃତଦେହବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଅଭିଯୁକ୍ତ ପ୍ରୀତି କୁଶୱାହାଙ୍କୁ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହକୁ ଏହି ହତ୍ୟାକାଣ୍ଡର କାରଣ ଦର୍ଶାଇଛି ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking