ଭୁବନେଶ୍ୱର: ସମସ୍ତଙ୍କ ଡିମାଣ୍ଡ ଏବେ ଫାଷ୍ଟ ଚାର୍ଜିଂ ଚାର୍ଜର ଅର୍ଥାତ୍ ସି –ଟାଇପ୍ ଚାର୍ଜର । ଏବେ ବହୁଳ ଭାବରେ ହେଉଛି ବ୍ୟବହାର ହେଉଛି । କିନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ, ଯେ ଏହାର ଆବଶ୍ୟକତା କ’ଣ ? ଏଥିରୁ କଣ ମିଳିଥାଏ ଲାଭ ? ବର୍ତ୍ତମାନ ସବୁ ସ୍ମାର୍ଟଫୋନରେ ୟୁଏସବି ୨ .୦ ପୋର୍ଟ ବଦଳରେ ୟୁଏସବି ଟାଇପ୍ ସି ପୋର୍ଟ ଦିଆଯାଉଛି । ବର୍ତ୍ତମାନ ସମୟରେ ସବୁ ସ୍ମାର୍ଟଫୋନ୍ରେ ଟାଇପ୍ ସି ଚାର୍ଜିଂ ସପୋର୍ଟ ଆସୁଛି । ଟାଇପ୍ ସି , ୟୁଏସବି ୨ .୦ ପୋର୍ଟ ଅପେକ୍ଷା ଫୋନକୁ ଶୀଘ୍ର ଚାର୍ଜ କରେ । ଏହାର ସବୁଠାରୁ ବଡ କାରଣ ହେଉଛି ବିଦ୍ୟୁତ୍ ପରିବହନ । ୟୁଏସବି ୨ .୦ ପୋର୍ଟ ସର୍ବାଧିକ ୨୦ ୱାଟ୍ ବିଦ୍ୟୁତ ସ୍ଥାନାନ୍ତର କରିପାରେ । କିନ୍ତୁ ଟାଇପ୍-ସି ୧୦୦ ୱାଟ୍ ପର୍ଯ୍ୟନ୍ତ ଶକ୍ତି ସ୍ଥାନାନ୍ତର କରିପାରେ । କେବଳ ଚାର୍ଜିଂ ନୁହେଁ,ୟୁଏସବି ଟାଇପ୍ C ପୋର୍ଟ ମଧ୍ୟ ଡାଟା ଟ୍ରାନ୍ସଫର୍ ପାଇଁ ବହୁତ ସାହାଯ୍ୟ କରିଥାଏ। ମାଇକ୍ରୋ ୟୁଏସବି ୨ .୦ ପୋର୍ଟ ତୁଳନାରେ ଏଥିରେ ଡାଟା ଟ୍ରାନ୍ସଫର୍ ଖୁବ ଦ୍ରୁତ ଗତିରେ ହୋଇଥାଏ । ମାଇକ୍ରୋ ୟୁଏସବି ୨ .୦ପୋର୍ଟ ପ୍ରତି ସେକେଣ୍ଡରେ ୪୫୦ ବେଗରେ ଡାଟା ଟ୍ରାନ୍ସଫର କରିଥାଏ । ସେହିପରି ଟାଇପ୍ ସି ପ୍ରତି ସେକେଣ୍ଡରେ ୫ ଯିବି ବେଗରେ ଡାଟା ସ୍ଥାନାନ୍ତର କରିବାରେ ସହଯୋଗ କରିଥାଏ। ଏହାବ୍ୟତୀତ ଅଡିଓ ଏବଂ ଭିଡିଓ କନେକ୍ଟର ପାଇଁ ଟାଇପ -ସି ମଧ୍ୟ ବ୍ୟବହାର କରାଯାଇ ପାରିବ । ଟାଇପ ସି ୩ .୫ ମିମି ହେଡଫୋନ୍ ଜ୍ୟାକ୍ ଏବଂ ଏଚଡିଏମଆଇ କେବୁଲର ଆବଶ୍ୟକତାକୁ ମଧ୍ୟ ଦୂର କରିଥାଏ । ଏହାବ୍ୟତୀତ ୟୁଏସବି ୨ .୦ ଟାଇପ୍ ଚାର୍ଜର ଗୁଡ଼ିକୁ ଓଲଟା କିମ୍ବା ସିଧା ଦେଖି ପ୍ଲଗ୍ କରିବାକୁ ଆବଶ୍ୟକ ହୋଇଥାଏ। ଏଥିପାଇଁ ବ୍ୟବହାରକାରୀଙ୍କ ଭୁଲ କାରଣରୁ ଅନେକ ସମୟରେ ଚାର୍ଜିଂ ପୋର୍ଟ ଭାଙ୍ଗି ଯାଇଥାଏ । କିନ୍ତୁ ଟାଇପ୍ ସି ପୋର୍ଟରେ ଏଭଳି କୌଣସି ସମସ୍ୟା ନଥାଏ । ଏହାକୁ ପୋର୍ଟରେ ଓଲଟା କିମ୍ବା ସିଧା ପ୍ଲଗ୍ କରିପାରିବେ। ତେଣୁ ବର୍ତ୍ତମାନ ସମୟରେ ସମସ୍ତଙ୍କର ପ୍ରଥମ ପସନ୍ଦ ଟାଇପ୍- ସି ଚାର୍ଜର ।