34.1 C
Bhubaneswar
Friday, March 29, 2024
Homeଦୀପାବଳି/କାଳିପୂଜାଦୀପାବଳିରେ କାହିଁକି ମା କାଳୀଙ୍କ ପୂଜା କରାଯାଏ

ଦୀପାବଳିରେ କାହିଁକି ମା କାଳୀଙ୍କ ପୂଜା କରାଯାଏ

ଭୁବନେଶ୍ୱର : ଦୀପାବଳି (ଦିୱାଲି) କିମ୍ବା ଆଲୋକର ଉତ୍ସବ ଭାରତର ଏକ ଆକର୍ଷଣୀୟ ଉତ୍ସବ । ଏହି ଉତ୍ସବ ପ୍ରଭୁ କୃଷ୍ଣଙ୍କ ଦ୍ୱାରା ନାରକାସୁର ବଧର ସ୍ମୃତିରେ ପାଳିତ ହୋଇଥାଏ । କେରଳରେ ଏହି ଉତ୍ସବ କେତେକ ନିର୍ଦ୍ଦିଷ୍ଟ ଅଂଚଳରେ ବହୁ ଆଡମ୍ବରରେ ପାଳିତ ହୋଇଥାଏ । ଦୀପାବଳି ଉତ୍ସବରେ ଲୋକେ ନୂଆ ପୋଷାକ ପିନ୍ଧିଥାନ୍ତି, ଘର ଓ ରାସ୍ତାଘାଟକୁ  ଆଲୋକିତ କରି ମାଟି ଦୀପ ଜଳାଇଥାନ୍ତି ଏବଂ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି । ଏହା ପ୍ରଭୁ କୃଷ୍ଣଙ୍କ ଦ୍ୱାରା ନାରକାସୁର ବଧର ସ୍ମୃତିରେ ପାଳିତ ହୋଇଥାଏ । ଆଲୋକର ପର୍ବ ଦୀପାବଳିକୁ ଆମ ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଖାଲି ଦୀପାବଳି ନୁହେଁ ଏହି ଦିନରେ ବି ମା’ କାଳୀଙ୍କର ହୁଏ ପୁଜାର୍ଚ୍ଚନା। ସାରା ଦେଶରେ ବହୁ ଆଡମ୍ବରରେ ପାଳନ କରାଯାଏ କାଳୀପୂଜା ।

ଶାସ୍ତ୍ର ଅନୁସାରେ ଯେଉଁ ସମୟରେ ସ୍ୱର୍ଗରେ ଅଶୁରମାନଙ୍କର ଉତ୍ପାତ ବଢିବାରେ ଲାଗିଥିଲା ସେହି ସମୟରେ ଦେବୀ ଦୁର୍ଗା ଆର୍ବିଭାବ ହୋଇଥିଲେ । ଏହାପରେ ସମସ୍ତ ଦେବାଦେବୀଙ୍କ ଶକ୍ତିକୁ ନେଇ ଦେବୀ ଅଶୁରମାନଙ୍କ ସହ ଲଢିଲେ । ଶେଷରେ ମହିଶାଷୁରକୁ ବଦ୍ଧ କରିବା ପରେ ଦୁର୍ଗା ଥକି ପଡିଥିଲେ । ତେଣୁ ମା’ଙ୍କର କେଶ ଅଡୁଆ ହୋଇ ପଡିଥିଲା । ଶାସ୍ତ୍ର ଅନୁସାରେ ଦୁର୍ଗାଙ୍କ କେଶରୁ ହିଁ କାଳୀଙ୍କର ଆବିର୍ଭାବ ହୋଇଥିଲା । ପରେ କାଳୀ ଭୟଙ୍କର ଭାବରେ କ୍ରୋଧାନ୍ୱିତ ହୋଇଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ କାହାରି ପାଖରେ କୌଣସି ବିଦ୍ୟା ନଥିଲା। ଗୋଟିଏ ପରେ ଗୋଟିଏ ଅଶୁରର ମୁଣ୍ଡ କାଟିବା ସହ ତାଙ୍କ ମାଳକୁ ବେକରେ ପିନ୍ଧିଥିଲେ ମା’ । ଏପରି କରାଳ ରୂପ ଦେଖି ସ୍ୱୟଂ ଭଗବାନ ଶିବ ମଧ୍ୟ କିଛି ସମୟ ପାଇଁ ସ୍ତମ୍ଭୀଭୂତ ହୋଇଥିଲେ । ଶେଷରେ ମା’ଙ୍କୁ ଶାନ୍ତ କରିବା ପାଇଁ ଅନ୍ଧାରରେ ଶିବ ଏକ ସ୍ଥାନରେ ଶୋଇ ରହିଥିଲେ । ପରେ ମା’ ଉଗ୍ରମୁଖା ହୋଇ ଗଲା ବେଳେ ଅନ୍ଧାର ହୋଇଥିବା କାରଣରୁ ସ୍ୱାମୀଙ୍କ ଉପରେ ଚଢିଯାଇଥିଲେ ।

ପରେ ଯେତେବେଳେ ଦେଖିଲେ ନିଜ ସ୍ୱାମୀର ଛାତି ଉପରେ ଗୋଡ ରଖିଛନ୍ତି ତାହା ପରେ ଜିଭ କାମୁଡି ଦେବା ସହ ଶାନ୍ତ ହୋଇପଡିଥିଲେ । ସେହି ସମୟରେ ମା’ଙ୍କୁ ଅନେକ ବିଦ୍ଧିବିଧାନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେହି ଦିନଠାରୁ ହିଁ ମା’ଙ୍କର ପୂଜାର୍ଚ୍ଚନା କାର୍ତିକ ମାସ ଆମାବାସ୍ୟାରେ କରାଯିବାର ବିଧି ରହିଛି। ତେବେ ଅନେକ ଲୋକ ଭାବନ୍ତି ଯେ, ଦୀପାବଳୀରେ କାହିଁକି କାଳୀଙ୍କୁ ପୂଜା କରାଯାଏ। କାରଣ ସେହି ଦିନ ରାବଣକୁ ବଦ୍ଧ କରି ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତନ କରିଥିଲେ । ତେବେ ରାମଙ୍କୁ ସ୍ୱାଗତ କରିବା ସ୍ଥାନୀୟ ଲୋକମାନେ ନିଜ ନିଜ ଦ୍ୱାର ସମ୍ମୁଖରେ ଦୀପଦାନ କରିଥିଲେ । ସେହି ଦିନ କାଳୀ ମଧ୍ୟ ଶାନ୍ତ ହୋଇଥିଲେ । ତେଣୁ ଏପରି ପୂଜା କରିବାର ବିଦ୍ଧି ରହିଥିବା ଜଣାଯାଏ । ବର୍ତମାନ ସମୟରେ ଭାରତରେ ଅନେକ ସ୍ଥାନରେ କାଳୀପୂଜା ବଡ ଧୁମଧାମରେ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking