ନୂଆଦିଲ୍ଲୀ : ସାପକୁ ଦେଖିବା ମାତ୍ରେ ହିଁ ଲୋକଙ୍କ ଲୁମ ଟାଙ୍କୁରି ଉଠେ। ଆପଣ ବି ଆପଣଙ୍କ ଜୀବନରେ ଅନେକ ସାପ ଦେଖିଥିବେ ଆଉ ଏହା ବି ଦେଖିଥିବେ କି ଦୁଇ ଭାଗ ହୋଇ ରହିଥାଏ ସାପର ଜିଭ। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କାହିଁକି ? ସାପର ଜିଭ ଦୁଇ ଭାଗ ହେବା ପଛରେ କି ରହସ୍ୟ ଲୁଚି ରହିଛି ? ଯାହାର ଉଲ୍ଲେଖ ମହାଭାରତରେ ମିଳିଥାଏ।
ମହାଭାରତରେ ସାପର ଜିଭ ସହିତ ଜଡିତ ଏକ ବହୁତ ବଡ଼ ରୋଚକ କଥା ରହିଛି। ମହାଭାରତ ଅନୁସାରେ ମହର୍ଷି କଶ୍ୟପଙ୍କର ୧୩ ଜଣ ପତ୍ନୀ ଥିଲେ। ଏମାନଙ୍କ ମଧ୍ୟରେ କଦ୍ରୁ ମଧ୍ୟ ଜଣେ ଥିଲେ। ସମସ୍ତ ନାଗ କଦ୍ରୁଙ୍କର ହିଁ ସନ୍ତାନ। ମହର୍ଷି କଶ୍ୟପଙ୍କର ଆଉ ଜଣେ ପତ୍ନୀଙ୍କର ନାଁ ବିନତା ଥିଲା। ଯାହାର ପୁତ୍ର ପକ୍ଷୀରାଜ ଗରୁଡ଼। ଥରେ ମହର୍ଷି କଶ୍ୟପଙ୍କର ଦୁଇ ଜଣ ପତ୍ନୀ କଦ୍ରୁ ଏବଂ ବିନତା ଗୋଟିଏ ଧଳା ଘୋଡ଼ା ଦେଖିଲେ। ତାହାକୁ ଦେଖି କଦ୍ରୁ କହିଲେ କି, ଏହି ଘୋଡାକୁ ଲାଞ୍ଜ କଳା ଓ ବନତା କିନ୍ତୁ ଧଳା ଥିଲା ବୋଲି କହିଥିଲେ। ଏହି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସର୍ତ୍ତ ଲାଗିଲା। ସେତେବେଳେ କଦ୍ରୁ ନିଜ ନାଗ ପୁତ୍ରଙ୍କୁ କହିଲେ କି, ସେ ନିଜ ଆକାର ଛୋଟ କରି ଘୋଡାର ଲାଞ୍ଜ ଉପରେ ଶୋଇ ପଡ଼ନ୍ତୁ। ଫଳରେ ଘୋଡା ଲାଞ୍ଜ କଳା ଦେଖାଯିବ ଆଉ ସେ ସର୍ତ୍ତ ଜିତିଯିବେ।
ସେହି ସମୟରେ କିଛି ନାଗ ପୁତ୍ର ଏଭଳି କରିବାକୁ ମନା କରିଦେଇଦେଲେ। ଫଳରେ କଦ୍ରୁ ନିଜ ପୁତ୍ରକୁ ହିଁ ଅଭିଶାପ ଦେଇଦେଲେ କି, ତୁମେ ରାଜା ଜଦମଜେୟ ଯଜ୍ଞରେ ଭସ୍ମ ହୋଇଯିବା ପାଇଁ। ଅଭିଶାପର କଥା ଶୁଣି ସମସ୍ତ ନାଗ ପୁତ୍ର ନିଜ ମାଙ୍କ କହିବାନୁସାରେ ସେହି ଧଳା ଘୋଡାର ଲାଞ୍ଜ ଉପରେ ଶୋଇପଡ଼ିଲେ। ଯାହାଦ୍ବାରା ଘୋଡାର ଲାଞ୍ଜ କଳା ଦେଖାଗଲା। ସର୍ତ୍ତ ହାରିଯିବା କାରଣରୁ ବନତା କଦ୍ରୁଙ୍କର ଦାସୀ ହୋଇଗଲେ।
ଯେତେବେଳେ ବିନତାଙ୍କର ପୁତ୍ର ଗରୁଡ଼କୁ ଏହି କଥା ଜଣାପଡ଼ିଲା କି ତାଙ୍କ ମା’ ଦାସୀ ହୋଇଯାଇଛନ୍ତି ସେତେବେଳେ ସେ କଦ୍ରୁ ଏବଂ ତାଙ୍କ ନାଗ ପୁତ୍ରଙ୍କୁ ପଚାରିଲେ କି, ତୁମକୁ ଏମିତି କେଉଁ ବସ୍ତୁ ଆଣିକି ଦେବି ଯାହାଦ୍ବାରା ମୋ ମା’ ତୁମର ଦାସତ୍ବରୁ ମୁକ୍ତ ହୋଇଯିବ। ସେତେବେଳେ ନାଗ ପୁତ୍ର କହିଲେ, ତୁମେ ସ୍ବର୍ଗରୁ ଅମୃତ ଆଣିକି ଦିଅ ତାହେଲେ ତୁମ ମା’ ଆମ ମା’ର ଦାସତ୍ବରୁ ମୁକ୍ତ ହୋଇଯିବ। ନାଗପୁତ୍ର କହିବାନୁସାରେ ଗରୁଡ଼ ସ୍ବର୍ଗରୁ ଅମୃତ କଳଶ ଆଣିଲା ଏବଂ ତାହାକୁ କୁଶ (ଏକ ପ୍ରକାର ଧାର ଥିବା ଘାସ) ଉପରେ ରଖିଦେଲା। ସେ ସମସ୍ତ ନାଗଙ୍କୁ କହିଲା କି ଅମୃତ ପିଇବା ଆଗରୁ ସମସ୍ତେ ସ୍ନାନ କରିକି ଆସନ୍ତୁ।
ଗରୁଡ଼ଙ୍କ କହିବାନୁସାରେ ସମସ୍ତ ନାଗ ସ୍ନାନ କରିବାକୁ ଗଲେ। କିନ୍ତୁ ଏହା ମଧ୍ୟରେ ଦେବରାଜ ଇନ୍ଦ୍ର ସେଠାକୁ ଆସିଗଲେ ଏବଂ ଅମୃତ କଲସ ନେଇ ପୁନଃ ସ୍ବର୍ଗ ଚାଲିଗଲେ। ଯେତେବେଳେ ସବୁ ନାଗ ସ୍ନାନ କରି ଆସିଳେ ଦେଖିଲେ କି କୁସ ଉପରେ ଅମୃତ କଳସ ନଥିଲା। ଏହାପରେ ସାପମାନେ ଯେଉଁଠାରେ ଅମୃତ କଳସ ଥିଲା ସେହି ଘାସକୁ ହିଁ ଚାଟିବା ଆରମ୍ଭ କରିଦେଲେ। ତାଙ୍କୁ ଲାଗିଲା କି ଏହି ଘାସ ଉପରେ ଅମୃତର କିଛି ଅଂଶ ଯେମିତି ହେଲେ ପଡ଼ିଥିବ। ଏଭଳି କରିବା ଦ୍ବାରା ଅମୃତର ପ୍ରାପ୍ତି ତ ହେଲାନି କିନ୍ତୁ ଘାସ ଯୋଗୁଁ ସେମାନଙ୍କ ଜିଭ ଦୁଇ ଭାଗ ହୋଇଗଲା।