19.1 C
Bhubaneswar
Saturday, December 28, 2024
Homeଜୀବନଶୈଳୀସ୍ୱାମୀ ବୟସରେ ବଡ଼ ହେବା କେତେ ଜରୁରି ଓ କାହିଁକି? ଆସନ୍ତୁ ଜାଣିବା....

ସ୍ୱାମୀ ବୟସରେ ବଡ଼ ହେବା କେତେ ଜରୁରି ଓ କାହିଁକି? ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ: ଆବହମାନ କାଳରୁ ରହିଆସିଛି ପତୀ-ପତ୍ନୀଙ୍କ ମଧ୍ୟରେ ପତି ବୟସରେ ବଡ଼ ହେବା ଜରୁରି । କିନ୍ତୁ ଆଜିକାଲି ଧୀରେ ଧୀରେ ଏହି ବ୍ୟବଧାନ କ୍ରମଶଃ କମିବାରେ ଲାଗିଛି । ଏପରିକି ଝିଅ ନିଜଠାରୁ କମ୍ ବୟସର ସ୍ୱାମୀ ବରଣ କରୁଛନ୍ତି । କେବଳ ବରଣ କରୁନାହାନ୍ତି, ସୁଖର ସଂସାର ମଧ୍ୟ କରୁଛନ୍ତି । ତେବେ ପତି ବଡ଼ ହେବା କେତେ ଜରୁରି ଓ କାହିଁକି? ଆସନ୍ତୁ ଜାଣିବା….
ଆଜିର ଦୁନିଆରେ ବହୁ ଲୋକ ବୟସକୁ କେବଳ ଗୋଟିଏ ନମ୍ବର ବୋଲି ଧରି ନେଇଛନ୍ତି । ଅଧିକାଂଶ ଲୋକ ମାନିଥାନ୍ତି ଯେ ପତି ଓ ପତ୍ନୀଙ୍କଠାରୁ ବଡ଼ ହେବା ଆବଶ୍ୟକ । ଏହା କେତେଦୂର ଠିକ୍ ଓ ଗ୍ରହଣୀୟ ହୋଇପାରିଛି । କିଛିଦିନ ତଳେ ହୋଇଥିବା ଏକ ଗବେଷଣାରୁ କିଛି ତଥ୍ୟ ମିଳିଛି । ଯେପରିକି
ଅନ୍ତର କେତେ ରହିବା ଉଚିତ୍‌
ଗବେଷଣା ଅନୁସାରେ ପତି ଓ ପତ୍ନୀଙ୍କ ମଧ୍ୟରେ ବୟସ ଅନ୍ତର ୪/୫ ବର୍ଷ ରହିବା ଉଚିତ୍ । ସେଥିରେ ପୁଣି ପତ୍ନୀ ସାନ ହୋଇଥିବା ଆବଶ୍ୟକ । ରିସର୍ଚ୍ଚରୁ ଜଣାପଡିଛି ଯେ ଯଦି ପତି ଓ ପତ୍ନୀଙ୍କ ବୟସ ଅନ୍ତର ୮ରୁ ଅଧିକ ହୁଏ, ତେବେ ସେମାନଙ୍କ ମଧ୍ୟରେ ଝଗଡା ଆବଶ୍ୟକଠାରୁ ଅଧିକ ହୋଇଥାଏ । ଫଳରେ ବିବାହ ବିଚ୍ଛେଦର ଆଶଙ୍କା ଅଧିକ ରହିଥାଏ । ସେହିପରି ଯେଉଁମାନଙ୍କ ମଧ୍ୟରେ ୧୦ ବର୍ଷରୁ ଅଧିକ ବୟସ ଅନ୍ତର ରହିଛି, ସେମାନଙ୍କ ମଧ୍ୟରେ ବହୁ ସମସ୍ୟା ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରେ କେବଳ ସାମଞ୍ଜସ୍ୟ ବଜାୟ ରଖିବାରେ ସମସ୍ୟା ଉପୁଜି ନଥାଏ । ପିଲାମାନଙ୍କ ସହ ସମ୍ପର୍କ ମଜଭୁତ କରିବାରେ ମଧ୍ୟ ବାଧା ଉପୁଜିଥାଏ ।
୪/୫ ବର୍ଷକୁ ଆଦର୍ଶ
ଗବେଷଣାରେ କିଛି କାରଣ ମଧ୍ୟ ଦର୍ଶାଇଯାଇଛି । ଝିଅଙ୍କୁ ପୁଅଙ୍କଠାରୁ ୪/୫ ବର୍ଷ ସାନ ହେଲେ ହିଁ ବୈବାହିକ ଜୀବନ ଭଲରେ ବିତିଥାଏ ବୋଲି କୁହାଯାଇଛି ।
ବାୟୋଲୋଜିକାଲ କାରଣ
ବିଜ୍ଞାନ ଅନୁସାରେ ଝିଅମାନେ ୧୦ରୁ ୧୪ ବର୍ଷ ମଧ୍ୟରେ ପ୍ରାପ୍ତ ବୟସ୍କ ହେଉଥିବା ବେଳେ ପୁଅମାନେ ୧୨ରୁ ୧୬ ବର୍ଷ ବୟସ ପ୍ରାପ୍ତ ବୟସ୍କ ହୋଇଥାନ୍ତି । ଝିଅମାନଙ୍କର ହର୍ମୋନାଲ୍ ପରିବର୍ତ୍ତନ ସେମାନଙ୍କୁ ଶୀଘ୍ର ପରିପକ୍ୱ କରି ଦେଇଥାଏ ।
ଚେହେରାରେ ପରିବର୍ତ୍ତନ
ଝିଅମାନଙ୍କର ହର୍ମୋନାଲ୍ ପରିବର୍ତ୍ତନ ଯୋଗୁ ସେମାନେ ଶୀଘ୍ର ବୟସ୍କ ଦେଖାଯାଇଥାନ୍ତି । କିନ୍ତୁ ପୁଅମାନଙ୍କଠାରେ ବୟସର ଛାପ ସେତେଟା ଦେଖାଯାଇ ନଥାଏ ।
ଅନ୍ତର ନଥିଲେ, ଆସେ ସମସ୍ୟା
ସବୁଠାରୁ ବଡ଼ ଜିନିଷ ହେଲା ଏହି ସମସ୍ୟାଗୁଡିକ ମଧ୍ୟରୁ କେତେକ କାରଣ ବୟସ ଅନ୍ତର ଯୋଗୁ ହୋଇଥାଏ । ଯେପରିକି ସ୍ୱାସ୍ଥ୍ୟ ସମସ୍ୟା, ପ୍ରାପ୍ତ ବୟସ ସହ ଜଡିତ ସମସ୍ୟା, ସନ୍ତାନ ପ୍ରସବରେ ସମସ୍ୟା, ପତି-ପତ୍ନିଙ୍କ ମାନସିକତାରେ ଅନ୍ତର ଆସିଥାଏ । ଯେଉଁ ପତି- ପତ୍ନୀଙ୍କ ଭିତରେ ବୟସର ତାରତମ୍ୟ ଅଧିକ ରହିଛି, ମନସ୍ତତ୍ତ୍ୱବିତ୍‌ଙ୍କ ଅନୁସାରେ ସେମାନଙ୍କ ଭିତରେ ସ୍ୱଳ୍ପ ଜୀବନକୁ ନେଇ ଭୟ ରହିଥାଏ । ଏଭଳି ଯୋଡ଼ି କଥାବାର୍ତ୍ତା ଦ୍ୱାରା ନିଜ ଭିତରେ ଥିବା ସମସ୍ୟାକୁ ଦୂର କରି ଦେବା ଉଚିତ୍ । ମନସ୍ତତ୍ତ୍ୱ ସାଧାରଣ ବିଚାରଧାରାକୁ ଦେଖିଥାଏ, କିନ୍ତୁ ପରସ୍ପର ଭିତରେ ଥିବା ପ୍ରେମ ଓ ବୁଝାମଣାକୁ କେବଳ ପତି-ପତ୍ନୀ ବୁଝିବା ସହ ଆଗେଇ ନେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking