ଭୁବନେଶ୍ୱର: ଆମ ଦୁନିଆ ସବୁବେଳେ ଅଜବ ଗଜବ ରୋଚକ ତଥ୍ୟରେ ଭରି ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ରୋଚକ ତଥ୍ୟ ବିଷୟରେ ଜଣାଇବାକୁ ଯାଉଛୁ । ଯାହାକୁ ଆପଣ କେବେ ନା କେବେ ନିହାତି ଭାବିଥିବେ ବାସ୍ତବରେ ଏମିତି କଣ ପାଇଁ ହୁଏ । ପର୍ଯ୍ୟାବରଣ ସନ୍ତୁଳନ ରଖିବା ପାଇଁ ଭଗବାନ ଛୋଟ ବଡ କରି ସମସ୍ତ ଜୀବ ସୃଷ୍ଟି କରିଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଲା ପିମ୍ପୁଡି । ଆପଣ ଦେଖିବାକୁ ପିମ୍ପୁଡି ମାନେ ସବୁବେଳେ ଗୋଟିଏ ଲାଇନରେ ଚାଲନ୍ତି । ହେଲେ କଣ ଆପଣ ଜାଣିଛନ୍ତି ଏମିତି କାହିଁକି ହୁଏ । ପିମ୍ପୁଡିଙ୍କର ଆଖି ଥାଏ । ମାତ୍ର ସେମାନେ ସେଥିରେ ଦେଖିପାରନ୍ତି ନାହିଁ । ଖାଦ୍ୟ ଅନ୍ୱେଷଣରେ ଯେତେବେଳେ ଏମାନେ ବାହାରକୁ ବାହାରନ୍ତି, ସେତେବେଳେ ଏମାନଙ୍କ ରାଣୀ ରାସ୍ତାରେ ଫେରୋମୋନୋସ ନାମକ ଏକ ରସାୟନ ଛାଡି ଯାଇଥାଏ । ଯାହାର ଗନ୍ଧ ବାରି ଅନ୍ୟ ପିମ୍ପୁଡିମାନେ ସେହି ରାସ୍ତାରେ ଯାଇଥାନ୍ତି । ଯାହାଦ୍ୱାରା ଏକ ଲାଇନ ବନିଯାଏ । ଏହି କାରଣ ପାଇଁ ପିମ୍ପୁଡିମାନେ ଗୋଟିଏ ଲାଇନରେ ଯାଇଥାନ୍ତି ।
ଆପଣ ଜାଣିଛନ୍ତି କି ବ୍ଲେଡରେ ଗୋଟିଏ ଡିଜାଇନ କଣ ପାଇଁ ହୋଇଥାଏ । ଏହା ପଛରେ ଏକ ରୋଚକ କାହାଣୀ ରହିଛି । ୧୯୦୧ ମସିହାରେ ଜିଲେଟ କମ୍ପାନୀର ସଂସ୍ଥାପକ କିଙ୍ଗ କ୍ୟାମ୍ପ ଜିଲେଟ ତାଙ୍କ ସହଯୋଗୀଙ୍କ ସହିତ ମିଶି ବ୍ଲେଡର କାସ ଡିଜାଇନ ପ୍ରସ୍ତୁତ କରିଥିଲେ । ୧୯୦୪ ମସିହାରେ ଜିଲେଟ ପ୍ରଥମଥର ୧୬୫ ବ୍ଲେଡ ବନାଇଥିଲେ । ସେତେବେଳେ ଜିଲେଟ ବ୍ଲେଡ ସେଭିଂ ପାଇଁ ହିଁ ବନାଯାଉଥିଲା । ତାଙ୍କ ଡିଜାଇନ ଏମିତି ଭାବରେ ହେଉଥିଲା ସେଭିଂ ହେଉଥିବା ଜିଲେଟରେ ବୋଡ ସହିତ ଫିଟ କରାଯାଇପାରିବ । ସେଥିପାଇଁ ତା ମଧ୍ୟରେ ଖାଲି ସ୍ଥାନ ଛଡା ଯାଉଥିଲା । ଯାହାଦ୍ୱାରା ତା କ୍ୟାପ ଫିଟିଂ ସମାନରେ ରହିବ ଏବଂ ବ୍ୟବହାର କରିବାକୁ ଥିବା ବ୍ୟକ୍ତିଙ୍କୁ ପ୍ରତି କମ୍ପାନୀର ବ୍ଲେଡ ସହ ତା କଭର କିଣିବାକୁ ପଡିବନି ।
ଏହାପରେ ଆମେ ସମସ୍ତେ ସିନେମା କିମ୍ବା ବାସ୍ତବ ଜୀବନରେ ଦେଖିଛେ ଫାଶୀ ପାଇବାକୁ ଥିବା ବ୍ୟକ୍ତିଙ୍କୁ ସବୁବେଳେ ସକାଳ ସମୟରେ ହିଁ ଫାଶୀ ଦିଆଯାଏ । ହେଲେ ଆପଣ କେବେ ଭାବିଛନ୍ତି କି ଫାଶୀ କଣ ପାଇଁ କେବଳ ସକାଳ ସମୟରେ ହିଁ ଦିଆଯାଏ । ଏବଂ ଜହ୍ଲାଦ ଫାଶୀ ପାଇବାକୁ ଥିବା ବ୍ୟକ୍ତିର କାନ ପାଖରେ କଣ କହିଥାଏ । ତେବେ ଫାଶୀ ପୂର୍ବରୁ ଜେଲ ପ୍ରଶାସନ ଅପରାଧୀଙ୍କୁ ତାଙ୍କର ଶେଷ ଇଚ୍ଛା ବିଷୟରେ ପଚାରିଥାନ୍ତି । ଫାଶୀ ଦେବା ପୂର୍ବରୁ ଜହ୍ଲାଦ କହିଥାଏ, ମୋତେ କ୍ଷମା କରିଦିଆଯାଉ, ହିନ୍ଦୁ ଭାଇଙ୍କୁ ରାମ ରାମ, ମୁସଲମାନ ଭାଇଙ୍କୁ ସଲାମ । ଆମେ କଣ କରିପାରିବୁ । ଆମେ କେବଳ ହୁକୁମ ପାଳନ କରିବାର ଗୁଲାମ । ଫାଶୀ ଦେବା ପରେ ୧୦ ମିନିଟ ପର୍ଯ୍ୟନ୍ତ ଓହଳି ରହିବା ପାଇଁ ଦିଆଯାଏ । ଏହାପରେ ଡାକ୍ତରୀ ଟିମ ପରୀକ୍ଷା କରନ୍ତି ସେ ମୃତ କି ଜୀବିତ । ମୃତ ବୋଲି ନିଶ୍ଚିତ ହେବା ପରେ ତଳକୁ ଅଣାଯାଏ । ସକାଳେ ଏଥିପାଇଁ ଫାଶୀ ଦିଆଯାଏ , କାରଣ ଜେଲର ନିୟମବାଳୀ ଅନୁସାରେ ସମସ୍ତ କାର୍ଯ୍ୟ ସୂର୍ଯ୍ୟ ଉଦୟ ପରେ କରାଯାଏ । ଫାଶୀ ପାଇଁ ଜେଲର ଅନ୍ୟ କାମ ପ୍ରଭାବିତ ନହେବା ପାଇଁ ସକାଳୁ ସକାଳୁ ଫାଶୀ ଦିଆଯାଏ । ଆହୁରି ମଧ୍ୟ କୁହାଯାଏ, ଫାଶୀ ପୂର୍ବରୁ ଏବଂ ପରେ ଅନେକ ପ୍ରକ୍ରିୟା ସଂପୂର୍ଣ୍ଣ କରିବା ପାଇଁ ଥାଏ । ଏସବୁ ସରିବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଏ ।