43 C
Bhubaneswar
Tuesday, April 16, 2024
Homeଓଡିଶାକୁଆଖାଇରେ ଭାସିଗଲେ ୪ ନାବାଳକ

କୁଆଖାଇରେ ଭାସିଗଲେ ୪ ନାବାଳକ

ଭୁବନେଶ୍ୱର: କୁଆଖାଇ ନଦୀରେ ଗାଧେଇବା ବେଳେ ନିଖୋଜ ହୋଇଯାଇଥିଲେ ଚାରି ସ୍କୁଲ ପିଲା । ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଜୀବିତବସ୍ଥାରେ ଓ ଏକ ମୃତଦେହ ଉଦ୍ଧାର କରିଥିଲେ । ପ୍ରାୟ ୨ ରୁ ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରିରହିଥିଲା । ମୃତଦେହକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଇଦିଆଯାଇଥିଲା । କୁଆଖାଇ ନଦୀରେ ଗାଧୋଇବାକୁ ସକାଳ ପ୍ରାୟ ୧୦ଟା ବେଳେ ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ମଣ୍ଡପ ସାହିର ୪ଜଣ ନାବାଳକ ଆସିଥିଲେ । ୪ ଜଣ ଗାଧୋଇବା ବେଳେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ନିଜେ ନିଜେ ଉପରକୁ ଚାଲିଆସିଥିଲେ । ଅନ୍ୟ ଜଣେ ନାବାଳକ ପ୍ରାୟ ୩୦ ରୁ ୩୫ ଫୁଟ ଗଭୀରରେ ଫସିଯାଇଥିଲେ । ଖବର ପାଇ ବାଲିଅନ୍ତା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ପ୍ରାୟ ଏକ ଘଣ୍ଟା ପରେ ସେହି ନାବାଳକଙ୍କୁ ପାଣିରୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଅଞ୍ଚଳର ମହେଶ୍ଵର ପୃଷ୍ଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking