34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଡବ୍ଲୁଏଚଓର ଚେତାବନୀ; ଭାରତ ସମେତ ୧୧ ଦେଶରେ କରୋନା ଆତଙ୍କ

ଡବ୍ଲୁଏଚଓର ଚେତାବନୀ; ଭାରତ ସମେତ ୧୧ ଦେଶରେ କରୋନା ଆତଙ୍କ

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ.୧ ଷ୍ଟ୍ରେନ କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ କରିଛି । ଏହା ମଧ୍ୟ କୁହାଯାଇଛି ଏହା ଜନସ୍ୱାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି କରେ ନାହିଁ । ଜେଏନ.୧ ଭ୍ୟାରିଆଣ୍ଟ ପୂର୍ବରୁ ଏହାର ମୂଳ ବଂଶ ବିଏ.୨.୮୬ ର ଏକ ଅଂଶ ଭାବରେ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଭାବରେ ଶ୍ରେଣୀଭୁକ୍ତ ହୋଇଥିଲା । ଏହାକୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଭାବରେ ଶ୍ରେଣୀଭୁକ୍ତ କରିବା ପରେ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରିବେ । ସେମାନେ ଦେଖିବେ ଏହା କେତେ ଶୀଘ୍ର ବିସ୍ତାର ହେଉଛି? ଏହା ଜଣଙ୍କୁ କେତେ ଅସୁସ୍ଥ କରିଥାଏ ଏବଂ ଟିକା ଏହା ଉପରେ ପ୍ରଭାବ ପକାଇଥାଏ କି ନାହିଁ? ଡବ୍ଲୁଏଚଓ କହିଛି ସାମ୍ପ୍ରତିକ ପ୍ରମାଣକୁ ଆଧାର କରି, ଜେଏନ.୧ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱର ଜନସ୍ୱାସ୍ଥ୍ୟ ପ୍ରତି ବିପଦ ବର୍ତ୍ତମାନ କମ ବୋଲି ବିବେଚନା କରାଯାଉଛି ।

ଡବ୍ଲୁଏଚଓ କହିଛି ବିଦ୍ୟମାନ ଟିକାଗୁଡ଼ିକ ଜେଏନ.୧ ଏବଂ କରୋନ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ସମସ୍ୟା ଏବଂ ମୃତ୍ୟୁରୁ ରକ୍ଷା କରିବାରେ ସକ୍ଷମ ଅଟେ । ଭୂତାଣୁ ଶୀଘ୍ର ବଦଳୁଛି ଏବଂ ବିକଶିତ ହେଉଛି । ତେଣୁ ଡବ୍ଲୁଏଚଓ ସଦସ୍ୟ ଦେଶଗୁଡ଼ିକୁ ଦୃଢ଼ ତଦାରଖ ଏବଂ ସିକ୍ୱେନ୍ସି ନେଇ ତଥ୍ୟ ଆଦାନପ୍ରଦାନ ଜାରି ରଖିବାକୁ ଅନୁରୋଧ କରିଥିଲା । ଏପର୍ଯ୍ୟନ୍ତ ଆମେରିକା, ଚାଇନା, ସିଙ୍ଗାପୁର, ଭାରତ ଏବଂ କିଛି ୟୁରୋପୀୟ ଦେଶରେ ଜେଏନ.୧ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି ।

ଭାରତରେ ମଧ୍ୟ କରୋନା ର ଜେଏନ.୧ ଭ୍ୟାରିଆଣ୍ଟ ମାମଲା ଦେଖିବାକୁ ମିଳିଛି । ଏହା ପୁଣି ଥରେ କରୋନା ବୃଦ୍ଧି ମାମଲାକୁ ନେଇ ଚିନ୍ତା ବଢ଼ାଇଛି । କେରଳରେ ଏହାର ମାମଲା ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ସରକାର ସତର୍କ ଅଛନ୍ତି । କେରଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ଡାକ୍ତରଖାନାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ ବର୍ତ୍ତମାନ ୧,୯୯୭୦ ସକ୍ରିୟ ମାମଲା ରହିଛି, ସେଥିମଧ୍ୟରୁ ୧,୭୪୯ ଟି କେରଳରେ ଦେଖିବାକୁ ମିଳିଛି । ସୋମବାର ଦିନ ୧୪୨ ଟି ନୂଆ ମାମଲା ପଞ୍ଜିକରଣ ହୋଇଥିଲା, ସେଥିମଧ୍ୟରୁ ୧୧୫ ଟି କେରଳର ।

ଭାରତ ସମେତ ଏସିଆର ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଉଛି । ଚାଇନା, ସିଙ୍ଗାପୁର, ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ମାଲେସିଆରେ କୋଭିଡ ମାମଲା ବୃଦ୍ଧି ପାଇଛି । ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଛୁଟି ପୂର୍ବରୁ ଏହି ମାମଲା ବୃଦ୍ଧି ପାଇଛି, ଯାହା ଚିନ୍ତାର ବିଷୟ ପାଲଟିଛି । କେରଳର ମାମଲା ପରେ ପଡୋଶୀ ରାଜ୍ୟ ତାମିଲନାଡୁ ଏବଂ କର୍ନାଟକର ଚିନ୍ତା ବଢ଼ିଛି । ତେବେ ଏହାର ଲକ୍ଷଣ ଅତି ସାଧାରଣ ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେପ୍େଟମ୍ବରରେ ପ୍ରଥମ ଥର ପାଇଁ ଆମେରିକାରେ ଏହାର ସଂକ୍ରମଣ ଦେଖିବାକୁ ମିଳିଥିଲା । ସେବେଠାରୁ ଏହା ୧୧ ଟି ଦେଶକୁ ବ୍ୟାପିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking