29.1 C
Bhubaneswar
Wednesday, March 19, 2025
Homeଦେଶ ବିଦେଶଝିଅ ନା ପୁଅ କେଉଁମାନେ ଅଧିକ ବ୍ୟବହାର କରିଥାନ୍ତି ସ୍ମାର୍ଟଫୋନ?

ଝିଅ ନା ପୁଅ କେଉଁମାନେ ଅଧିକ ବ୍ୟବହାର କରିଥାନ୍ତି ସ୍ମାର୍ଟଫୋନ?

ବ୍ୟୁରୋ: ଆଜିକାଲି ସମାଜରେ ପିଲାଠୁଁ ବୟସ୍କ ବ୍ୟକ୍ତି ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରିଥାନ୍ତି । କିଏ ସ୍ମାର୍ଟ ଫୋନକୁ ପାଠ ପଢାରେ ବ୍ୟବହାର କରେ ତ ଆଉ କିଏ ସୋସିଆଲ୍ ମିଡିଆରେ । ତେବେ ଆସନ୍ତୁ ଜାଣିନେବା ଏହି ସ୍ମାର୍ଟ ଫୋନକୁ କିଏ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ଆସନ୍ତୁ ଜାଣିବା । ଏକ ରିପୋର୍ଟ ଅନୁସାରେ ଚଉଦରୁ ଷୋହଳ ବର୍ଷ ବୟସର ପ୍ରାୟ ୫୭ ପ୍ରତିଶତ ପିଲା ଶିକ୍ଷାଗତ ଉଦ୍ଦେଶ୍ୟରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଦେଖାଯାଇଥାଏ । ୭୬ ପ୍ରତିଶତ ପିଲା ସୋସିଆଲ ମିଡିଆରେ ବ୍ୟବହାର କରନ୍ତି । ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ ରେ ଏହି ସୂଚନା ଦିଆଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଏହି ୧୪ରୁ ୧୮ ବର୍ଗର ୮୨ ପ୍ରତିଶତରୁ ଅଧିକ ପିଲା ସ୍ମାର୍ଟଫୋନ୍ କିପରି ବ୍ୟବହାର ଭଲରେ ଜାଣନ୍ତି । ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କ ପାଖରେ ଅଧିକ ମାତ୍ରାରେ ସ୍ମାର୍ଟଫୋନ ରହିଥାଏ ।

ଆମେ ଆପଣଙ୍କୁ କହିବୁ ଯେ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ ୨୦୨୪ ହେଉଛି ଏକ ଦେଶବ୍ୟାପୀ ଗ୍ରାମୀଣ ଘରୋଇ ସର୍ଭେ । ଯାହା ଅଧୀନରେ ଦେଶର ୬୦୫ ଜିଲ୍ଲାର ୧୭,୯୯୭ ଗାଁର୬,୪୯ ,୪୯୧ ପିଲାଙ୍କ ସହ ସାକ୍ଷାତକାର ଆଧାରରେ ଏହି ସର୍ଭେ କରାଯାଇଥିଲା । ପ୍ରତ୍ୟେକ ସର୍ଭେ କରାଯାଇଥିବା ଜିଲ୍ଲାରେ ଏକ ସ୍ଥାନୀୟ ସଂଗଠନ ବା ସଂଗଠନ ଏନଜିଓ ସହାୟତାରେ ଏହି ସର୍ଭେ କରାଯାଇଥିଲା । ଯେଉଁଠାରେ ୧୪ରୁ ୧୬ ବର୍ଷର ପିଲାଙ୍କୁ ଫୋକସ କରାଯାଇଥିଲା ।

ରିପୋର୍ଟରେ କୁହାଯାଇଥିଲା ୧୪ରୁ ୧୬ ବର୍ଷିୟ ପିଲାଙ୍କ ମଧ୍ୟରେ ୮୨ ପ୍ରତିଶତ ପିଲା ସ୍ମାର୍ଟଫୋନର ବବହାର ଜାଣନ୍ତି । ଏମାନଙ୍କ ମଧ୍ୟରେ ୫୭ ପ୍ରତିଶତ ପିଲା କହିଛନ୍ତି ସେମାନେ ଗତ ସପ୍ତାହରେ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ । ଏବଂ ୭୬ ପ୍ରତିଶତ ପିଲା ସୋସିଆଲ ମିଡିଆରେ କରିଥିଲେ । ସ୍ମାର୍ଟଫୋନ୍ ବ୍ୟବହାର କ୍ଷେତ୍ରରେ କେରଳ ଆଗରେ ରହିଛି, ଯେଉଁଠାରେ ୮୦ ପ୍ରତିଶତରୁ ଅଧିକ ପିଲା କହିଛନ୍ତି ଯେ ସେମାନେ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ଏବଂ ୯୦ ପ୍ରତିଶତରୁ ଅଧିକ ପିଲା ଏହାକୁ ସୋସିଆଲ ମିଡିଆରେ ବ୍ୟବହାର କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking