18.1 C
Bhubaneswar
Tuesday, November 19, 2024
Homeଓଡିଶାନନ୍ଦନକାନନକୁ ଆସିଲେ ଆଉ ୮ ନୂଆ ଅତିଥି

ନନ୍ଦନକାନନକୁ ଆସିଲେ ଆଉ ୮ ନୂଆ ଅତିଥି

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି । ରାଜସ୍ଥାନର ଜୟପୁର ନହରାଗଡ଼ା ଜୈବ ଉଦ୍ୟାନ ଚିଡ଼ିଆଖାନାରୁ ଶୁକ୍ରବାର ରାତ୍ର ସାଢେ ୮ଟାରେ ନନ୍ଦନକାନନରେ ୪ ପ୍ରଜାତିର ୮ ଜୀବଜନ୍ତୁ ଆସି ପହଞ୍ଚିଛନ୍ତି । ଏଥିରେ ୨ଟି କଲରାପତରିଆ ବାଘ(ଅଣ୍ଡିରା, ମାଈ), ୨ଟି ଧୂଷର ଗଧିଆ(ଅଣ୍ଡିରା, ମାଈ), ୨ଟି ଅଣ୍ଡିରା ଘଡ଼ିଆଳ କୁମ୍ଭୀର ଓ ୨ଅଣ୍ଡିରା ଚିଙ୍କାରା ହରିଣ ରହିଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲାପରେ ଏମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଥିବା କ୍ୱାରାଣ୍ଟିନ୍‌ରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ରଖାଯାଇଛି । ପରେ ସେମାନଙ୍କୁ ଖୁଆଡ଼ରେ ଛଡ଼ାଯିବ ।

କେନ୍ଦ୍ରୀୟ ଚିଡ଼ିଆଖାନା ନିର୍ଦ୍ଦେଶକ୍ରମେ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏମାନଙ୍କୁ ଅଣାଯାଇଥିବା ଜଣାପଡ଼ିଛି । ଏହା ବଦଳରେ ନନ୍ଦନକାନନରୁ ୩ ପ୍ରଜାତିର ୪୭ ଟି ଜୀବଜନ୍ତୁ ଯାଇଥିଲେ । ତନ୍ମଧ୍ୟରେ ଅଛନ୍ତି ୨ଟି ବାଘ(ଅଣ୍ଡିରା ଓ ମାଈ), ଗୋଟିଏ ଅଣ୍ଡିରା ବାର୍‌ହା, ୧୫ ହଳ ଜେବ୍ରା (ଅଣ୍ଡିରା ଓ ମାଇ) ଓ ୭ ହଳ ଜାଭା ସ୍ପାରୋ(ଅଣ୍ଡିରା, ମାଈ) ଦିଆଯାଇଥିଲା । ଜୀବଜନ୍ତୁଙ୍କୁ ଆଣିବା ଲାଗି ନନ୍ଦନକାନନ ରେଞ୍ଜର ବିନ୍ଦୁ ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ସେପ୍ଟେମ୍ବର୨୯ ତାରିଖରେ ସହକାରୀ ପ୍ରାଣୀ ଗବେଷକ ଡ. ସନ୍ତୋଷ କୁମାର ଗୁପ୍ତା, ଏଲଆଈ ବେଦ ପ୍ରକାଶ ସାହୁ, ଫରେଷ୍ଟଗାର୍ଡ ସୁଜିତ୍ ଜେନା, ଜନ୍ତୁ ସେବକ ପ୍ରଫୁଲ ବାଗ, ଭାସ୍କର ସାମଲ ଓ ଅସ୍ଥାୟୀ କର୍ମଚାରୀ ପ୍ରକାଶ ଚନ୍ଦ୍ର ମଣ୍ଡଳ ଏକ ୭ଜଣିଆ ଟିମ ଜୟପୁର ନହରାଗଡ଼ା ଜୈବ ଉଦ୍ୟାନକୁ ଗ୍ରସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking