26.1 C
Bhubaneswar
Friday, March 29, 2024
Homeଓଡିଶାଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଡିଜିଙ୍କ ରିପୋର୍ଟ ପରେ ପ୍ରତିକ୍ରିୟା ରଖିଲେ...

ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଡିଜିଙ୍କ ରିପୋର୍ଟ ପରେ ପ୍ରତିକ୍ରିୟା ରଖିଲେ ବାପା ଅଭିରାମ

ବାଲେଶ୍ୱର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚର ତଦନ୍ତ ରିପୋର୍ଟ ଡିଜିଙ୍କ ଦ୍ୱାରା ପ୍ରକାଶିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବାପା ଅଭିରାମ ମହାପାତ୍ର ଓ ମାମୁ ଶିତିକଣ୍ଠ ପଣ୍ଡା । ତାଙ୍କର ଅଭିଯୋଗ ଅନୁଯାୟୀ ତୃତୀୟ ମହଲା ଇଶାରାରେ ଏଭଳି ତଦନ୍ତ ଚାଲିଥିଲା । ନହେଲେ ସୌମ୍ୟଙ୍କ କ୍ୱାର୍ଟର୍ସରେ ପୋଡ଼ାହେବାର କୌଣସୀ ସୁରାକ୍ ନଥିବା, ପୋଡ଼ିଯିବା ଦିନ ରାତିରେ ଜାଣିଶୁଣି ଚିକିତ୍ସାରେ ବିଳମ୍ବ ଘଟାଇବା ଉଦ୍ଦେଶ୍ୟରେ ୫ଶହ କି.ମି ଦୂର କଟକକୁ ସ୍ଥାନାନ୍ତର,୯୦ ପ୍ରତିଶତ ପୋଡ଼ିଥିବା ଲୋକର ଜମାନବନ୍ଦି ନିଆଯିବାର ନାଟକ, ନିଜେ ଡିଏଫ୍‌ଓଙ୍କ ଉପସ୍ଥିତରେ ମିଥ୍ୟା ଜମାନବନ୍ଦୀ କାଗଜ ପ୍ରସ୍ତୁତ କରାଯିବା, ୩୦୨ ଦଫା ଲାଗୁ ସତ୍ତ୍ୱେ ମୁଖ୍ୟ ଅଭିଯୁକ୍ତ ଥିବା ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରାନଯିବା ସବୁକିଛି ଯୋଜନାବଦ୍ଧ ଥିଲା । ଚୋରା ଚନ୍ଦନ ବ୍ୟବସାୟୀଙ୍କୁ ବିରୋଧ କରିବାକୁ ଯାଇ ସୌମ୍ୟ ଭଳି ଜଣେ ସଚ୍ଚୋଟ ଅଫିସରକୁ ଏଭଳି ଦୁର୍ନୀତିଗ୍ରସ୍ତ ଅମଲାତନ୍ତ୍ର, ଜଙ୍ଗଲ ମନ୍ତ୍ରୀଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ଗଣତନ୍ତ୍ର ବଦଳରେ ରାଜ୍ୟରେ ଏବେ ଅମଲାତନ୍ତ୍ର ଚାଲିଥିବାରୁ ସୌମ୍ୟଙ୍କୁ ନ୍ୟାୟ ମିଳିଲାନି । ନିରିହ ସୌମ୍ୟଙ୍କ ହତ୍ୟାରେ ସାମିଲ୍ ଥିବା ସମସ୍ତ ମନ୍ତ୍ରୀ ଓ ଅଫିସରକୁ ନିଶ୍ଚିତ ଶାସ୍ତି ମିଳିବ । ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇ ସାରିଛନ୍ତି । ସିବିଆଇ ତଦନ୍ତ ପାଇଁ ମଧ୍ୟ ଆବେଦନ କରାଯାଇଛି । ତାଙ୍କ ପାଖରେ ଅନେକ ଗୁପ୍ତ ତଥ୍ୟ ଏବଂ ପ୍ରମାଣ ରହିଛି ଯାହା ଅପରାଧୀଙ୍କୁ କାଠଗଡ଼ାକୁ ନେବା ପାଇଁ ଯଥେଷ୍ଟ । କୋର୍ଟ କିମ୍ବା ସିବିଆଇ ଆଗରେ ସେହି ତଥ୍ୟ ଉପସ୍ଥାପନ କରାଯିବ ବୋଲି ବାପା ଅଭିରାମ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking