30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶହ୍ୱାଟ୍ସଆପ୍ ଆଣୁଛି ଆଉ ଏକ ନୂଆ ଫିଚର୍ସ

ହ୍ୱାଟ୍ସଆପ୍ ଆଣୁଛି ଆଉ ଏକ ନୂଆ ଫିଚର୍ସ

ନୂଆଦିଲ୍ଲୀ: ଏକାଧିକ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମଧ୍ୟରୁ ହ୍ବାଟ୍ସଆପ୍ ଅଧିକ ଲୋକପ୍ରିୟ । ବାର୍ତ୍ତା ହେଉ କି ଫଟୋ କିମ୍ବା ଭିଡିଓ ପ୍ରେରଣ ପାଇଁ ୟୁଜର୍ସ ହ୍ବାଟ୍ସଆପ୍ ଉପରେ ହିଁ ଅଧିକ ବିଶ୍ବାସ କରିଥାନ୍ତି ଏବଂ ଏହାର ସର୍ବାଧିକ ବ୍ୟବହାର ହୋଇଥାଏ । ମାତ୍ର ଏହି ପ୍ଲାଟଫର୍ମରେ ଏକକାଳୀୟ ୩୦ରୁ ଅଧିକ ଫାଇଲ୍ ପ୍ରେରଣ ହୋଇପାରେ ନାହିଁ, ଯାହା ଫଳରେ ୟୁଜର୍ସଙ୍କୁ ସାମାନ୍ୟ ଅସୁବିଧା ହେଉଥିଲା । ଏବେ ଆଉ ଏହି ଅସୁବିଧା ରହିବ ନାହିଁ । ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍ ଆଣୁଛି ନୂଆ ଫିଚର୍ସ ।

ସୂଚନା ଅନୁସାରେ, ମାର୍କ ଜୁକରବର୍ଗଙ୍କ ମାଲିକାନା ମେଟା ଅଧୀନରେ ପରିଚାଳିତ ହ୍ବାଟ୍ସଆପ୍ରେ ଏଣିକି ଏକକାଳୀନ ୧୦୦ ଫାଇଲ୍ ସେଣ୍ଡ୍(ପ୍ରେରଣ) କରାଯାଇ ପାରିବ । ସବୁଠୁ ବଡ କଥା ହେଉଛି କି ଏଣିକି ଏକାସାଙ୍ଗରେ ୧୦୦ଟି ଡକ୍ୟୁମେଣ୍ଟ ମଧ୍ୟ ପଠାଇପାରିବେ ୟୁଜର୍ସ । ଏଥିସହ ସମସ୍ତ ଫାଇଲ୍ରେ କ୍ୟାପ୍ସନ୍ ସଂଯୋଗ ମଧ୍ୟ କରିପାରିବେ । ବ୍ୟବହାରକାରୀ ଆପ୍ ଅପଡେଟ୍ କରିବା ପରେ ଏହି ନୂଆ ଫିଚର୍ସ ପାଇପାରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking