13.1 C
Bhubaneswar
Sunday, December 15, 2024
Homeଦେଶ ବିଦେଶମେକ୍ଅପ୍ କଣ ପାଇଁ ହୋଇଥାଏ ମହିଳା ମାନଙ୍କ ପ୍ରଥମ ପସନ୍ଦ ....ଆସନ୍ତୁ ଜାଣିବା

ମେକ୍ଅପ୍ କଣ ପାଇଁ ହୋଇଥାଏ ମହିଳା ମାନଙ୍କ ପ୍ରଥମ ପସନ୍ଦ ….ଆସନ୍ତୁ ଜାଣିବା

ନୂଆଦିଲ୍ଲୀ:ବାହାଘର ହେଉ ଅବା ପାଟି ଫଙ୍କସନ କିମ୍ବା କୌଣସି ପୂଜା ପର୍ବାଣି ସବୁଥିରେ ମହିଳା ମାନେ ସଜେଇ ହେବାକୁ ପସନ୍ଦ କରିଥାନ୍ତି l କେବଳ ଯେ ମେକପ ତାହାନୁହଁ ବରଂ ହେୟାର ଷ୍ଟାଇଲ, କଷ୍ଟ୍ୟୁମ କୁ ମଧ୍ୟ ବେସ ଗୁରୁତ୍ୱ ଦେଇଥାନ୍ତି ମହିଳା ମାନେ l ଦେଖୁଥିବା ଏ ଦୃଶ୍ୟ କୌଣସି ବାହାଘର କିମ୍ବା ପାଟି ଫଙ୍କସନ ପାଇଁ ସଜେଇ ହୋଇନାହାନ୍ତି ବରଂ ସୋର ଠାରେ ଆୟୋଜିତ ମେକପ ଏବଂ ହେୟାର ଡିଜାଇନ ର ତାଲିମ ଶିବିର ର ଦୃଶ୍ୟ l

ଯେଉଁଠି ତାଲିମ ନେଉଥିବା ପ୍ରତିଯୋଗୀ ମାନେ ଟ୍ରେନରଙ୍କ ପାଖରୁ ତାଲିମ ନେବା ପରେ କିପରି ନୂଆ ନୂଆ ଡିଜାଇନ ର ସଜାଇ ପାରିଛନ୍ତି ତାହାର ଦୃଶ୍ୟ ପ୍ରଦର୍ଶନ କରୁଛନ୍ତି l କିପରି ନୂଆ ନୂଆ ଡିଜାଇନ କୁ ନେଇ ଯୁବତୀ ଅବା ମହିଳା ଙ୍କୁ କିପରି ଆକୃଷ୍ଟ କରିହେବ ସେଥିପାଇଁ ଶିବିର ରେ ପ୍ରଶିକ୍ଷଣ ଦେଉଥିବା ମହିଳା ରଶ୍ମିତା ପ୍ରଧାନ ମଧ୍ୟ ବେସ ନିଖୁଣ ଭାବରେ ଶିଖାଉଛନ୍ତି l ଯେଉଁଥି ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ମାନେ ମଧ୍ୟ ପ୍ରତିଯୋଗିତା ଭିତ୍ତି ରେ ପ୍ରଶିକ୍ଷଣ ମଧ୍ୟ ନେଉଛନ୍ତିl

9ନାରୀ ମାନଙ୍କ ର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ମେକପ ର ଚାହିଦା ବୃଦ୍ଧି ହୋଇଥିବା ବେଳେ ଡିଜାଇନ ର ମଧ୍ୟ  ଗୁରୁତ୍ୱ ରହିଛି l ପାଟି, ବ୍ରାଇଡାଲ,  ମେହେନ୍ଦି, ହଳତୀ, କିମ୍ବା ମରାଠୀ ପରି  ଡିଜାଇନ ରେ ସଜାଇଛନ୍ତି ଏହି ମହିଳା ଏବଂ ଯୁବତୀ ମାନେ l

ମଡେଲ ଯୁବତୀ ମାନେ ମଧ୍ୟ ବିଭିନ୍ନ ଡିଜାଇନ ରେ ସଜାଇ ହୋଇ ବେସ ଖୁସି ସହିତ ନିଜ ସୌନ୍ଦର୍ଯ୍ୟ କୁ ମଧ୍ୟ ପ୍ରଦର୍ଶନ କରିଛନ୍ତି l କେବଳ ମହିଳା ମାନେ ସୌନ୍ଦର୍ଯ୍ୟ ଦେଖାହେବା ତାହାନୁହଁ ବରଂ ମହିଳା ମାନେ ବିୟୁଟି ପାଲର ମାଧ୍ୟମ ରେ ନିଜେ ଆତ୍ମନିର୍ଭର ଶୀଳ ହୋଇ ନିଜ ପରିବାର ପ୍ରତିପୋଷଣ କରିପାରିବା ସହ ଅନ୍ୟ ମହିଳା ମାନଙ୍କୁ ନିଯୁକ୍ତି ଦେଇ ପାରିବେ l ମେକପ ହେଉ ଅବା ହେୟାର ଷ୍ଟାଇଲ ମହିଳା ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଅନେକ ମହିଳା ଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ରୋଜକାର କ୍ଷମ ହେବା ରେ ସହାୟକ ହେବ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking