19.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗକ’ଣ କହିଲେ ଅର୍ଥମନ୍ତ୍ରୀ

କ’ଣ କହିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ସୋମବାର ସଂସଦରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ‘ବହି-ଖାତା’ ବଦଳରେ ଏଥର ଟ୍ୟାବ୍‌ରେ ଉପସ୍ଥାପିତ ହୋଇଛି ବଜେଟ୍ । ପ୍ରଥମ ଥର ପାଇଁ ସାଧାରଣ ବଜେଟ୍ ପେପରଲେସ୍‌ଭାବେ ଉପସ୍ଥାପିତ ହୋଇଛି । ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଜେଟ୍‌କୁ ମଞ୍ଜୁରୀ ମିଳିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହାକୁ ଉପସ୍ଥାପନ କରିଥିଲେ । ତୃତୀୟ ଥର ପାଇଁ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିଛନ୍ତି । କରୋନା ମହାମାରୀ ପରେ ଏହା ପ୍ରଥମ ସାଧାରଣ ବଜେଟ୍ । ଏହି ଅବସରରେ ଅର୍ଥମନ୍ତ୍ରୀ କହିଥିଲେ ଯେ ସମୟୋଚିତ ଲକ୍‌ଡାଉନ୍ ନିଷ୍ପତ୍ତି ଯୋଗୁ ଦେଶକୁ ଲାଭମିଳିଛି । କରୋନା ଯୋଗୁଁ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି । କରୋନା କାଳରେ ଡ୍ୟୁଟି କରିଥିବା ଲୋକଙ୍କୁ ସୀତାରମଣ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଅବସରରେ ସୀତାରମଣ ଭାରତୀୟ କ୍ରିକେଟ୍ ଦଳର ବିଜୟକୁ ବି ପ୍ରଶଂସା କରିଥିଲେ । ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁୁ ଲାଭ ଦେଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନେକଙ୍କୁ ରାହା ଦେଇଛି । ଆଜି ଭାରତରେ ୨ଟି କରୋନା ଭ୍ୟାକ୍‌ସିନ ଉତ୍ପାଦନ ହେଉଛି । ଆଉ ୨ଟି ଭ୍ୟାକସିନ ମଧ୍ୟ ଖୁବଶୀଘ୍ର ଆସିବାର ଅଛି । ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧ ପରିକର । ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ ଓ ସମସ୍ତଙ୍କ
ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ ବୋଲି ସୀତାରମଣ କହିଛନ୍ତି ।
୧ -ବଜେଟ୍‌ରେ ଉଜ୍ଜ୍ୱଳା ଯୋଜନା ସମ୍ପ୍ରସାରଣ ପାଇଁ ସୀତାରମଣ ଘୋଷଣା କରି କହିଛନ୍ତି ଯେ ଏବେ ୮କୋଟି ପରିବାର ଏହି ଯୋଜନାର ଲାଭ ପାଉଥିବାବେଳେ ଏହାକୁ ଆଉ ୧ କୋଟି ବୃଦ୍ଧି କରାଯିବ । ଜାମ୍ମୁ-କାଶ୍ମୀରରେ ଗ୍ୟାସ୍ ପାଇପ୍‌ଲାଇନ୍ ବିଛାଇବାକୁ ବି ଘୋଷଣା କରାଯାଇଛି । ଆଗାମୀ ୩ ବର୍ଷରେ ଆଉ ୧୦୦ଟି ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ କରାଯିବ ।
୨- ସ୍ୱାସ୍ଥ୍ୟ ସେବା ପାଇଁ ବି ବଜେଟ୍‌ରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାରେ ୬୪,୧୮୦ କୋଟିର ବ୍ୟୟ ବରାଦ କରାଯାଇଛି । ୬ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ । ନେସ୍‌ନାଲ ହେଲଥ ମିଶନ ବାଦ୍ ଏହି ଅର୍ଥ ଖର୍ଚ୍ଚ କରାଯିବ । ‘ଡବ୍ଳ୍ୟୁଏଚ୍‌ଓ’ର ଦକ୍ଷିଣ ଏସୀୟ ଶାଖା ସ୍ଥାପନ ପାଇଁ ବ୍ୟବସ୍ଥା ହେବ । ପ୍ରତି ଜିଲ୍ଲାରେ ସମନ୍ୱିତ ପରୀକ୍ଷାଗାର ସ୍ଥାପନ ହେବ । ଦେଶରେ ୧୫ଟି ହେଲଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ । ପୋଷଣ ପାଇଁ ୨.୦ର ଶୁଭାରମ୍ଭ । ଆକାକ୍ଷିଂତ ୧୧୨ ଜିଲ୍ଲାରେ ପୁଷ୍ଟି ଯୋଜନାକୁ ପ୍ରାଥମିକତା ।
୩- ସହରାଞ୍ଚଳ ପାଇଁ ଜଳ ଜୀବନ ମିଶନ ଆରମ୍ଭ ହେବ । ଏହାର ଉଦ୍ଦେଶ୍ୟ ହେଉଛି ୪୩୭୮ ସହରରେ ୨.୮୬ କୋଟି ପାଇପ ପାନୀୟ ଜଳ ବ୍ୟବସ୍ଥା । ଅମୃତ ଯୋଜନାରେ ଥିବା ୫୦୦ ସହରରେ ଜଳ ସଂଶାଧନ କାର୍ଯ୍ୟକ୍ରମ । ଏଥିପାଇଁ ଆଗାମୀ ୫ ବର୍ଷରେ ୨.୮୭ ଲକ୍ଷ କୋଟି ଖର୍ଚ୍ଚ ହେବ ।
୪- ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରାଯିବ । ଘରୋଇ ଗାଡ଼ି ପାଇଁ ୨୦ ବର୍ଷ ଓ କମର୍ସିଆଲ ପାଇଁ ୧୫ବର୍ଷ ଧାର୍ଯ୍ୟ କରାଯାଇଛି ।
୫- ଆଗାମୀ ୩ ବର୍ଷରେ ଆଉ ୭ଟି ମେଗା ଟେକ୍ସଟାଇଲ ପାର୍କ ବିକଶିତ ହେବ । ମାଲପରିବହନ ସୁଗମ ପାଇଁ ରେଲୱେରେ ସ୍ୱତନ୍ତ୍ର ଫ୍ରେଟ କରିଡର ନିର୍ମାଣ କରାଯିବ ।
୫-ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ମିଳିବ । ୨୦୨୨ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି ଏନ୍‌ଏଚ୍ ତିଆରି ହେବ । କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି ଏନ୍‌ଏଚ୍ ହେବ ।
୬-ଭାରତୀୟ ରେଳବାଇର ବିକାଶ ପାଇଁ ଏକ ରାଷ୍ଟ୍ରୀୟ ରେଳ ଯୋଜନା-୨୦୩୦ ପ୍ରସ୍ତୁତି କରାଯାଇଛି । ରେଳବାଇପାଇଁ ବଜେଟ୍‌ରେ ୧,୧୦,୦୫୫ କୋଟି ବ୍ୟୟ ବରାଦ କରାଯାଇଛି । ଜୁନ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରିଏଟ୍ କରିଡର ସମ୍ପୂର୍ଣ୍ଣ କରାଯିବ । ଆଉ ୩ଟି ରେଳ ଫ୍ରଟ୍ କରିଡର ପାଇଁ ଘୋଷଣା କରାଯାଇଛି । ହାୱଡ଼ାରୁ ବିଜୟୱାଡ଼ା ଇଷ୍ଟକୋଷ୍ଟ କରିଡର ହେବ । ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ- ସାଉଥ୍ କରିଡର ପାଇଁ ଘୋଷଣା କରାଯାଇଛି । ରେଳ ଲାଇନ ବିଦ୍ୟୁତୀକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ ରଖାଯାଇଛି । ୨୭ଟି ସହରରେ ଆଉ ୧୦୬୦ କିମି ମେଟ୍ରୋ ଲାଇନ୍ ନିର୍ମାଣ କରାଯିବ । ବେଙ୍ଗାଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସମ୍ପ୍ରସାରଣ କରାଯିବ ।
୭-ହାଇଡ୍ରୋଜେନ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା କରାଯାଇଛି । ଶକ୍ତିକ୍ଷେତ୍ରରେ ସଂସ୍କାର ଆଣିବାକୁ ବଡ଼ ଘୋଷଣା କରାଯାଇଛି । କାହାଠାରୁ ବିଦ୍ୟୁତ୍ ଆଣିବେ ତାହା ଏବେ ଉପଭୋକ୍ତା ସ୍ଥିର କରିପାରିବେ ।
୮-ବୀମାକ୍ଷେତ୍ରରେ ୭୪% ଏଫ୍‌ଡିଆଇ ମଞ୍ଜୁରି ପାଇଁ ଘୋଷଣା କରାଯାଇଛି । ଏଫ୍‌ଡିଆଇ ୪୯%ରୁ ୭୪%କୁ ବୃଦ୍ଧିପାଇଁ ଘୋଷଣା କରାଯାଇଛି । ଏଲ୍‌ଆଇସିରେ ପୁଞ୍ଜିନିବେଶ ପାଇଁ ଆଇଓପି ଆସିବ । ୨ଟି ପବ୍ଲିକ ସେକ୍ଟର ବ୍ୟାଙ୍କ୍‌ରୁ ପୁଞ୍ଜି ପ୍ରତ୍ୟାହାର କରାଯିବ । ବ୍ୟାଙ୍କ୍‌ରେ ଟଙ୍କା ସୁରକ୍ଷିତ ରହିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରାଯିବ । ଛୋଟ କମ୍ପାନୀଙ୍କ ପାଇଁ ପେଡ ଅଫ୍ କ୍ୟାପିଟାଲ ସୀମାକୁ ବୃଦ୍ଧି କରାଯାଇଛି । ବିନିବେଶ ପାଇଁ ଆଇନର ସଂଶୋଧନ ହେବ । ଏମ୍‌ଏସ୍‌ଏମ୍‌ଇ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି ।
୯-ଦେଶରେ ଆଉ ୧୦୦ଟି ନୂଆ ସୈନିକ ସ୍କୁଲ ସ୍ଥାପନ ପାଇଁ ଘୋଷଣା କରାଯାଇଛି । ପବ୍ଲିକ୍‌- ପ୍ରାଇଭେଟ୍ ପାର୍ଟରସିପ୍‌(ପିପିପି)ରେ ନୂଆ ସୈନିକ ସ୍କୁଲ ନିର୍ମାଣ କରାଯିବ । ୧୫ ହଜାର ସରକାରୀ ସ୍କୁଲ୍‌ର ଉନ୍ନତୀକରଣ କରାଯିବ । ଉଚ୍ଚଶିକ୍ଷା କମିଶନ ବି ଗଠନ କରାଯିବ । ଆଦିବାସୀ ଅଞ୍ଚଳରେ ୭୫୦ ଏକଲବ୍ୟ ମଡେଲ୍ ସ୍କୁଲ ନିର୍ମାଣ ହେବ । ରାଷ୍ଟ୍ରୀୟ ଅନୁବାଦ ମିଶନ ଆରମ୍ଭ ହେବ । ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ । ଲେହରେ ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାୟ ସ୍ଥାପନ ପାଇଁ ବି ଘୋଷଣା
କରାଯାଇଛି ।
୧୦-ବଜେଟ୍‌ରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା । ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧,୪୧,୯୩୦ କୋଟି ମିଳିଛି । ଚଳିତ ବର୍ଷ ଏହି ପରିମାଣ ୧,୭୨,୭୫୨ କୋଟି ହେବା ନେଇ ଆକଳନ କରାଯାଇଛି । କୃଷି ଋଣ ପରିମାଣ ୧୬.୫ ଲକ୍ଷ କୋଟି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ସାମିତ୍ୱ ଯୋଜନାରେ ୧.୮୦ ଲକ୍ଷଙ୍କୁ ଜମିପଟ୍ଟା ମିଳିଛି । ଚଳିତ ବର୍ଷ ଏହା ସବୁ ରାଜ୍ୟକୁ ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି । ୫ଟି ମେଗା ଫିସେରୀ ହାର୍ବର ପାଇଁ ଘୋଷାଣା କରାଯାଇଛି । ୫ଟି ପ୍ରସ୍ତାବିତ ମେଗା ଫିସେରୀ ହାର୍ବର ମଧ୍ୟରେ ପାରାଦୀପ ରହିଛି ।
୧୧-ଅନ୍ୟପକ୍ଷରେ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟପାଇଁ ବି ବଜେଟରେ ପ୍ୟାକେଜ ଘୋଷଣା କରାଯାଇଛି । ସମ୍ପୃକ୍ତ ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମ । ପଶ୍ଚିମବଙ୍ଗରେ ୨୫ ହଜାର କୋଟି ବ୍ୟୟରେ ୬୭୫ କି.ମି ରାଜପଥ ନିର୍ମାଣ କରାଯିବ । କେରଳ ପାଇଁ ୬୫ ହଜାର କୋଟି ଓ ଆସାମ ପାଇଁ ୩୪୦୦କୋଟିର ପ୍ୟାକେଜ ଘୋଷଣା କରାଯାଇଛି । କନ୍ୟାକୁମାରୀ କରିଡର ପାଇଁ ୬୫
ହଜାର କୋଟି ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ଓ ଆସାମରେ ଚା’ ଶ୍ରମିକଙ୍କ ପାଇଁ ୧ ହଜାର କୋଟି ଘୋଷଣା କରାଯାଇଛି ।
୧୨- ବରିଷ୍ଠ ନାଗରିକଙ୍କୁ ଆୟକର କ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରାଯାଇଛି । ୭୫ବର୍ଷରୁ ଅଧିକ ବୟସ୍କଙ୍କୁ ଏଣିକି ଆୟକର ରିଟର୍ଣ୍ଣ ଦେବାକୁ ପଡ଼ିବନାହିଁ । କେବଳ ପେନ୍‌ସନରେ ବଞ୍ଚୁଥିବା ବରିଷ୍ଠ ନାଗରିକଙ୍କୁ ଆଉ ଆୟକର ଦେବାକୁ ପଡ଼ିବନାହିଁ । ନେସ୍‌ନାଲ ଫେସଲେସ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରାଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଟ୍ୟାକ୍ସ ଅଡିଟ ଲିମିଟ୍‌କୁ ବୃଦ୍ଧି କରାଯାଇଛି । ଅଡିଟ୍ ଛାଡ଼ କାରବାର ପରିମାଣ ୫କୋଟିରୁ ୧୦କୋଟିକୁ ବୃଦ୍ଧି କରାଯାଇଛି । ଏଣିକି ୧୦ କୋଟି କାରବାର ଥିବା କମ୍ପାନୀ ପାଇଁ ଅଡିଟ୍ ଅନାବଶ୍ୟକ । ଅନ୍ୟପକ୍ଷରେ
ଆୟକର ଛାଡ଼ ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

କ’ଣ ଶସ୍ତା, କ’ଣ ମହଙ୍ଗା: ମଦ, ମୋବାଇଲ୍‌, ବିଦେଶୀ ଖାଇବା ତେଲ, ଚାର୍ଜର, ଅଟୋ ପାର୍ଟସ, ବିଦେଶୀ କପଡ଼ା ମହଙ୍ଗା ହୋଇଥିବାବେଳେ ସୋଲାର ଲ୍ୟାମ୍ପ, ରୁପା, ସୁନା, ସ୍ପେଶାଲ ଲେଦର, ଲୁହା, ଷ୍ଟିଲ ଓ ତମ୍ବା ଶସ୍ତା ହୋଇଛି । ସିଲ୍କ ଉପରେ ଆମଦାନୀ ଶୁଳ୍କ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଥିବାବେଳେ ସୋଲାର ଲ୍ୟାମ୍ପ ଉପରେ ୫ ପ୍ରତିଶତ ହ୍ରାସ କରାଯାଇଛି ।
୧୪- ସାଧାରଣ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼ ହୋଇଛି । ପେଟ୍ରୋଲ ଓ ଡିଜେଲ ଉପରେ ସରକାର କୃଷି ସେସ୍‌ ଲଗାଇଛନ୍ତି । ୧ଲିଟର ପେଟ୍ରୋଲ ଉପରେ ଅଢ଼େଇ ଟଙ୍କା କୃଷି ସେସ୍ ଲାଗୁ କରାଯାଇଛି । ସେହିପରି ଡିଜେଲ୍ ଲିଟର ଉପରେ ୪ ଟଙ୍କାର କୃଷି ସେସ୍ ଲଗାଯାଇଛି । ଫଳରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବ ।
୧୫-କରୋନା ଭ୍ୟାକସିନ୍ ଉତ୍ପାଦନ ପାଇଁ ୩୫ ହଜାର କୋଟି ବ୍ୟୟବରାଦ କରାଯାଇଛି ।
୧୬- ବାୟୁ ପ୍ରଦୂଷଣ ରୋକିବାକୁ ୪୨ ସହର ପାଇଁ କେନ୍ଦ୍ର ସରକାର ୨୨୧୭କୋଟି ଖର୍ଚ୍ଚ କରିବେ ।
୧୭- ବିଶ୍ୱସ୍ତରରେ ଭାରତରେ ବିନିର୍ମାଣକୁ ଚମ୍ପିଆନ କରିବା ଲକ୍ଷ୍ୟରେ ୧୩ସେକ୍ଟର ପାଇଁ ପିଏଲଆଇ
ଯୋଜନା ଘୋଷଣା କରାଯାଇଛି । ଏଥିପାଇଁ ସରକାର ଆସନ୍ତା ୫ ବଷଁ ମଧ୍ୟରେ ୧.୯୭ ଲକ୍ଷ କୋଟି ଖର୍ଚ୍ଚ
କରିବେ ।
୧୮- ବର୍ଷ ଶେଷ ସୁଦ୍ଧା ୪.୩୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
୧୯-ମାର୍ଚ୍ଚ ୨୦୨୨ ପୂର୍ବରୁ ଦୋ ୮୫୦୦ କିମି ରାସ୍ତା କାର୍ଯ୍ୟ ଶେଷ ହେବ । ଜାତୀୟ ରାଜପଥଗୁଡ଼ିକର
ଉନ୍ନତିକରଣ ନିମନ୍ତେ ଅଧିକ ଆର୍ଥିକ ପ୍ରୋତ୍ସାହନ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking