28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶନିର୍ଣ୍ଣାୟକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ୍

ନିର୍ଣ୍ଣାୟକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ:ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଉପରେ କବ୍ଜା କଲା ୱେଷ୍ଟଇଣ୍ଡିଜ। ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ୨-୧ରେ ବିଜୟ ହୋଇଛି। ୱେଷ୍ଟଇଣ୍ଡିଜ୍ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଜିତି ସିରିଜ୍ ହାତେଇଛି। ଜୋହାନ୍ସବର୍ଗରେ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୭ ରନରେ ଜିତିଛି। ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ରୋମାରିଓ ଶେଫର୍ ଅପରାଜିତ ୪୪ ରନ୍ କରିଥିଲେ ଏବଂ ପେସ୍ ବୋଲର ଅଲଜାରି ଜୋସେଫ ୫ ୱିକେଟ୍ ନେଇଥିଲେ।
ସିରିଜର ଅନ୍ୟ ଦୁଇଟି ମ୍ୟାଚ୍ ପରି ଏହି ମ୍ୟାଚ ମଧ୍ୟ ଏକ ହାଇ ସ୍କୋରିଂ ମ୍ୟାଚ୍ ଥିଲା। ଉଭୟ ଦଳ ୨୦୦ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ୱେଷ୍ଟଇଣ୍ଡିଜ୍ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୨୨୦ ରନ୍ କରିଥିଲା। ଦଳ ପକ୍ଷରୁ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରୋମାରିଓ ଶେଫର୍ ୨ଟି ଚୌକା ଓ ୩ ଛକା ସହାୟତାରେ ୨୨ ବଲରେ ୪୪ ରନର ଅପରାଜିତ ଇନିଂସ ଖେଳିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking