28.1 C
Bhubaneswar
Saturday, October 5, 2024
Homeଖେଳ୯ ଖେଳାଳିଙ୍କୁ ୱେଷ୍ଟଇଣ୍ଡିଜ୍ ମଲ୍ଟି-ଇୟର୍ କଣ୍ଟ୍ରାକ୍ଟ

୯ ଖେଳାଳିଙ୍କୁ ୱେଷ୍ଟଇଣ୍ଡିଜ୍ ମଲ୍ଟି-ଇୟର୍ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ:  କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) କ୍ରିକେଟର୍‌ଙ୍କ ହିତ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବୋର୍ଡ ପ୍ରଥମ ଥର ନିଜ ଖେଳାଳିଙ୍କ ପାଇଁ ମଲ୍ଟି-ଇୟର୍ କଣ୍ଟ୍ରାକ୍ଟ ଘୋଷଣା କରିଛି । କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ପକ୍ଷରୁ କୁହାଯାଇଛି, ଶୀର୍ଷ ପୁରୁଷ ଓ ମହିଳା ଖେଳାଳିଙ୍କୁ ଆଗାମୀ ଦୁଇବର୍ଷ ପାଇଁ ମଲ୍ଟି-ଇୟର୍ କଣ୍ଟ୍ରାକ୍ଟ ପ୍ରଦାନ କରାଯାଇଛି । ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ୧୫ ପୁରୁଷ ଏବଂ ସମାନ ସଂଖ୍ୟକ ମହିଳା ଖେଳାଳି ସାମିଲ ହୋଇଛନ୍ତି । ଡିଏଣ୍ଡ୍ରା ଡଟିନ୍ ଏବଂ ରୋଷ୍ଟନ୍ ଚେଜ୍‌ଙ୍କ ପରି ବରିଷ୍ଠ ଖେଳାଳିଙ୍କର ଏଥିରେ ପ୍ରତ୍ୟାବର୍ତ୍ତନ ଘଟିଛି । ଚଳିତ ଥର କଣ୍ଟ୍ରାକ୍ଟରେ ସାମିଲ ୧୫ ସିନିୟର ପୁରୁଷ ଖେଳାଳିଙ୍କ ମଧ୍ୟରୁ ୬ ଜଣଙ୍କୁ ୨୦୨୩-୨୪ ମୂଲ୍ୟାଙ୍କନ ଅବଧି ଅବସରରେ ସେମାନଙ୍କ ପ୍ରଦର୍ଶନ ଆଧାରରେ ମଲ୍ଟି-ଇୟର୍ କଣ୍ଟ୍ରାକ୍ଟ ଅଫର ଦିଆଯାଇଛି । ସେହିପରି ୧୫ ସିନିୟର୍ ମହିଳା ଖେଳାଳିଙ୍କ ମଧ୍ୟରୁ ତିନିଜଣଙ୍କୁ ମଲ୍ଟି-ଇୟର୍ କଣ୍ଟ୍ରାକ୍ଟ ପ୍ରଦାନ କରାଯାଇଛି ।  ୨୦୨୪ ଜାନୁଆରୀରେ ସିଡବ୍ଲ୍ୟୁଆଇ ଏବଂ ୱେଷ୍ଟଇଣ୍ଡିଜ୍ ଖେଳାଳି ସଂଘ (ଡବ୍ଲ୍ୟୁଆଇପିଏ) ମଧ୍ୟରେ ନୂଆ ଚାରିବର୍ଷିଆ ଏମ୍‌ଓୟୁ ସ୍ୱାକ୍ଷରିତ ହେବା ପରେ ଏହି ଐତିହାସିକ ଘୋଷଣା କରାଯାଇଛି । ଦିନିକିଆ କ୍ୟାପ୍‌ଟେନ୍ ଶାଇ ହୋପ୍‌, ଅଲ୍‌ଜାରୀ ଯୋଶେଫ୍‌, ବ୍ରେଣ୍ଡନ୍ କିଙ୍ଗ୍‌, ଗୁଡ଼ାକେଶ ମୋତି ଏବଂ ଜେଡନ୍ ସିଲ୍ସଙ୍କୁ ମଲ୍ଟି-ଇୟର୍ କଣ୍ଟ୍ରାକ୍ଟରେ ସାମିଲ କରାଯାଇଛି । ସେହିପରି ମହିଳା ଖେଳାଳିଙ୍କ ମଧ୍ୟରେ ଶେମାଇନ୍ କ୍ୟାମ୍ପ୍‌ବେଲ୍‌, ହେଲି ମାଥ୍ୟୁଜ୍ ଓ ଷ୍ଟେଫ୍‌ନୀ ଟେଲର୍ ମଲ୍ଟି-ଇୟର୍ କଣ୍ଟ୍ରାକ୍ଟ ପାଇଥିବା ବେଳେ ବ୍ୟାଟର୍ କାଭେମ୍ ହଜ୍ ଏବଂ ଅଲ୍‌ରାଉଣ୍ଡର ଅସ୍ମିନି ମୁନିସରଙ୍କୁ ପ୍ରଥମ ଥର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ମିଳିଛି । ତେବେ ପୂର୍ବତନ କ୍ୟାପ୍‌ଟେନ୍ ନିକୋଲାସ୍ ପୂରନ୍‌, ଜେସନ୍ ହୋଲ୍ଡର ଏବଂ ଅନୁଭବୀ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ୍‌ଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ସାମିଲ କରାଯାଇ ନାହିଁ । ବର୍ଷିକିଆ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଅବଧି ୨୦୨୪ ଅକ୍ଟୋବର ୧ରୁ ୨୦୨୫ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ହୋଇଥିବା ବେଳେ ମଲ୍ଟି-ଇୟର୍ କଣ୍ଟ୍ରାକ୍ଟ ୨୦୨୬ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking