24.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶକୋର୍ଟରେ ଅଚେତ ହୋଇପଡ଼ିଲେ ପଶ୍ଚିମବଙ୍ଗ ମନ୍ତ୍ରୀ

କୋର୍ଟରେ ଅଚେତ ହୋଇପଡ଼ିଲେ ପଶ୍ଚିମବଙ୍ଗ ମନ୍ତ୍ରୀ

କୋଲ୍‌କାତା:  ପଶ୍ଚିମବଙ୍ଗରେ ବହୁ କୋଟି ଟଙ୍କାର ରାସନ୍ ସ୍କାମ୍ ମାମଲାରେ ସମ୍ପୃକ୍ତ ମନି ଲଣ୍ଡରିଂ କେସ୍‌ରେ ଗିରଫ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଶୁକ୍ରବାର କୋର୍ଟରେ ଶୁଣାଣି ବେଳେ ଅଚେତ ହୋଇପଡ଼ିଛନ୍ତି । ଏହାପରେ ମନ୍ତ୍ରୀଙ୍କୁ କୋର୍ଟ ବାଲ୍‌କୋନିକୁ ନେଇ ପାଣି ଛାଟିବା ପରେ ତାଙ୍କ ଚେତା ଫେରିଥିଲା । କୋର୍ଟ ତାଙ୍କୁ ୧୦ ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି । ଯାଞ୍ଚ୍ ଏଜେନ୍ସି ଏହି ମାମଲାରେ ଗୁରୁବାର ମନ୍ତ୍ରୀ ମଲିକ୍‌ଙ୍କ ସରକାରୀ ବାସଭବନ ସମେତ ଏମ୍‌ହର୍ଷ୍ଟ ଷ୍ଟ୍ରୀଟ୍‌ରେ ଥିବା ପୈତୃକ ବାସଭବନରେ ତଲାସୀ କରିଥିଲା ।

ପୁଣି କେତେ ଘଣ୍ଟାର ଜେରା ପରେ ମନ୍ତ୍ରୀଙ୍କୁ ଗିରଫ କରିଥିଲା । ଗିରଫ ହେବାପରେ ମନ୍ତ୍ରୀ ମଲିକ କହିଛନ୍ତି, ମୁଁ ବହୁତ ବଡ଼ ଷଡ଼ଯନ୍ତ୍ରର ଶିକାର ହୋଇଛି । ଏହି ଷଡ଼ଯନ୍ତ୍ର ବିଜେପି ଏବଂ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ରଚିଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଟିଏମ୍‌ସି ଭ୍ରଷ୍ଟାଚାରରେ ବୁଡ଼ି ରହିଛି ବୋଲି ବିଜେପି ମୁଖପାତ୍ର ସାମିକ୍ ଭଟ୍ଟଚାର୍ଯ୍ୟ କହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ଚେତାବନୀ ଦେଇ କହିଥିଲେ ଯେ ଜ୍ୟୋତିପ୍ରିୟ ମଲିକ୍ ବେମାର ଥିବାରୁ ତାଙ୍କୁ କିଛି ହେବା ସ୍ଥିତିରେ ପୁଲିସ୍‌ରେ ଅଭିଯୋଗ ରୁଜୁ କରାଯିବ । ସେ ପୂରା ମାମଲାକୁ ବିଜେପିର ତୁଚ୍ଛ ରାଜନୀତି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking