28.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଟିଏମସି କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ମୁଁ ଛାଡିବିନି

ଟିଏମସି କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ମୁଁ ଛାଡିବିନି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଭାରତୀୟ ଜନତା ପାର୍ଟିକୁ ଚେତାବନୀ ଦେଇ କହିଛନ୍ତି, ନିର୍ବାଚନ ସରିଯାଉ । ତା ପରେ ମୋ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ମୁଁ ଛାଡିବିନି । ମମତା ନିର୍ବାଚନ ଆୟୋଗ ଏବଂ ସାମରିକ ବାହିନୀର ବିଶ୍ୱସନୀୟତା ଉପରେ ବି ପ୍ରଶ୍ନ ଉଠାଇଥିଲେ । ସିଏମ ମମତା ବାନାର୍ଜୀ ଶୁକ୍ରବାର କରିଥିଲେ ଯେ, ଭାଜପା ଆମ କାର୍ଯ୍ୟକର୍ତ୍ତାଙ୍କ ଉପରେ ନନ ଷ୍ଟପ ଆକ୍ରମଣ କରୁଛି । କାଲି ବି ସେମାନେ ନନ୍ଦୀଗ୍ରାମରେ ମୋ ଦଳର କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିଲେ । ନିର୍ବାଚନ କାରଣରୁ ମୁଁ ଚୁପ ରହିଛି । ମତେ ଜଣା ଅଛି ସେମାନଙ୍କୁ କେମିତି ଜବାବ ଦିଆଯିବା ଦରକାର ।
ମମତା କହିଥିଲେ, ନିର୍ବାଚନ ଶେଷ ହେବାକୁ ମୁଁ ଅପେକ୍ଷା କରିଛି । ମୁଁ ସେମାନଙ୍କୁ ଛାଡିବିନି । ସିଆରପିଏଫ ଏବଂ ବିଏସଏଫ କାଲି ନନ୍ଦୀଗ୍ରାମରେ ତାଣ୍ଡବ କରିଥିଲେ । ମୁଁ ଅପିଲ କରିବାକୁ ଚାହୁଁଛି ଯେ, ଭାଜପାର ଇସାରାରେ ଲୋକଙ୍କୁ ଧମକ ଦେବା ବନ୍ଦ କରାଯାଉ । ସେମାନେ ମୋ ନନ୍ଦୀଗ୍ରାମର ସ୍ଥାନୀୟ ନେତାଙ୍କ ଘର ଉପରକୁ ଆକ୍ରମଣ କରିଥିଲେ । ନିଜ ମା ଓ ଭଉଣୀଙ୍କୁ ଅପିଲ କରୁଛି ଯେ, ଯଦି କେନ୍ଦ୍ରୀୟ ବାହିନୀର ଯବାନ ଆସନ୍ତି ଏବଂ ଆପଣଙ୍କୁ ଧମକ ଦିଅନ୍ତି, ତେବେ ସେମାନଙ୍କୁ ବିରୋଧ କରନ୍ତୁ । ସେମାନଙ୍କ ପାଖରେ ପଇସା, ଗୁଣ୍ଡା, ବମ୍ ଓ ବନ୍ଧୁକ ରହିଛି । ତାଙ୍କ ପାଖରେ ଅମିତ ଶାହ ଅଛନ୍ତି, ଯିଏ ଗୁଜୁରାଟରେ ଦଙ୍ଗା କରାଇଥିଲେ । ମୁଁ ଏକା ଲଢୁଛି ଓ ମୋତେ ହରାଇବା ପାଇଁ ୧୦୦୦ ନେତା ଏକଜୁଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking