34.5 C
Bhubaneswar
Tuesday, April 7, 2026
Homeଦେଶ ବିଦେଶନୀତି ଆୟୋଗ ବୈଠକରେ ଯୋଗଦେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ନୀତି ଆୟୋଗ ବୈଠକରେ ଯୋଗଦେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କଲକାତା : ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ। ଏଥିରେ ଯୋଗଦେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଛନ୍ତି। ନୀତି ଆୟୋଗ ବୈଠକକୁ ବିରୋଧୀ ଇଣ୍ଡି ମେଣ୍ଟ ବର୍ଜନ କରିବାକୁ ଘୋଷଣା କରିଥିବାବେଳେ ମମତା ବୈଠକରେ ଯୋଗଦେବେ ବୋଲି କହିଛନ୍ତି। ମମତାଙ୍କ ବ୍ୟତୀତ ନୀତି ଆୟୋଗ ବୈଠକରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଯୋଗଦେବେ। ହେମନ୍ତ ସୋରେନଙ୍କ ଦଳ ଜେଏମଏମ୍ ଇଣ୍ଡି ମେଣ୍ଟର ଅନ୍ୟତମ ସହଯୋଗୀ ଦଳ। ମମତା ଓ ହେମନ୍ତ ନୀତି ଆୟୋଗ ବୈଠକରେ ଯୋଗଦେବାକୁ ନେଇ ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି। ମାତ୍ର ମମତା କହିଛନ୍ତି ଯେ ବୈଠକରେ ସେ ଓ ହେମନ୍ତ ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରତିନିଧିତ୍ବ କରିବେ। ସେ କହିଛନ୍ତି ଯେ କେନ୍ଦ୍ର ବଜେଟ୍‌ରେ ଯେଉଁ ପକ୍ଷପାତିତା କରାଯାଇଛି ସେ ସମ୍ପର୍କରେ ବୈଠକରେ କହିବେ। ଏହା ସହିତ ପଶ୍ଚିମବଙ୍ଗକୁ ବିଭାଜନ କରିବା ଲାଗି ଶାସକ ଦଳ ଚଳାଇଥିବା ଷଡଯନ୍ତ୍ରର ​‌ସେ ପ୍ରତିବାଦ କରିବେ ବୋଲି କହିଛନ୍ତି। ନୀତି ଆୟୋଗ ବୈଠକକୁ କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସହିତ ପଞ୍ଜାବ ଓ କେରଳ ମୁଖ୍ୟମନ୍ତ୍ରୀମାନେ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଆଳୁ ବୋଝ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking