29.1 C
Bhubaneswar
Friday, November 15, 2024
Homeଓଡିଶାକଲବଲ୍ କରୁଛି ତାତି; ୪୦ଂ ଉପରେ ରାଜ୍ୟର ୨୬ଟି ସହର

କଲବଲ୍ କରୁଛି ତାତି; ୪୦ଂ ଉପରେ ରାଜ୍ୟର ୨୬ଟି ସହର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ଏହାର ଦିନର ତାପମାତ୍ରା ୪୪.୬ଂ ରେକର୍ଡ କରାଯାଇଛି । କାଳବୈଶାଖୀ ପ୍ରଭାବରେ ଗତ ବୁଧବାର ସନ୍ଧ୍ୟାରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଯୋଗୁ ଆଜି ତାପମାତ୍ରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହୋଇପଡିଥିଲା । ରାଜ୍ୟର ୨୬ ସହରରେ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି ।

୪୪.୬ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି । ୭ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱରରେ ୪୧.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରୀ ହ୍ରାସ ପାଇବା ସହ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ । ଆସନ୍ତା୬ ତାରିଖ ବେଳକୁ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଏହାଦ୍ୱାରା ରାଜ୍ୟରୁ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରେ ବ୍ରେକ୍ ଲାଗିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବୌଦ୍ଧରେ ତାପମାତ୍ରା ୪୪.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୪, ନୂଆପଡ଼ାରେ ୪୩.୯, ବଲାଙ୍ଗିରରେ ୪୩.୪, ମାଲକାନଗିରିରେ ୪୩.୩, ପାରଳାଖେମୁଣ୍ଡିରେ ୪୩.୩ , ଭବାନୀପାଟଣାରେ ୪୩, ବାରିପଦାରେ ୪୨.୮, ସମ୍ୱଲପୁରରେ ୪୨.୮, ଅନୁଗୋଳରେ ୪୨.୭, ହୀରାକୁଦରେ ୪୨.୩, ତାଳଚେରରେ ୪୨.୨, ଝାରସୁଗୁଡ଼ାରେ ୪୨.୧, ସୋନପୁରରେ ୪୨.୧, ଭୁବନେଶ୍ୱରରେ ୪୧.୬, ଫୁଲବାଣୀରେ ୪୧.୫, ଢେଙ୍କାନାଳରେ ୪୧.୫, ନୟାଗଡ଼ରେ ୪୧.୫, ସୁନ୍ଦରଗଡ଼ରେ ୪୧.୫ ଓ ଜଗତସିଂହପୁରରେ ୪୧.୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଯାଜପୁରରେ ୪୧.୨, ରାୟଗଡ଼ାରେ ୪୧.୨, ରାଉରକେଲାରେ ୪୦.୬, କଟକରେ ୪୦.୫ , କେନ୍ଦୁଝରରେ ୪୦.୪, ନବରଙ୍ଗପୁରରେ ୪୦.୨, କେନ୍ଦ୍ରାପଡ଼ାରେ ୪୦, ବାଲେଶ୍ୱରରେ ୩୯.୮, ବରଗଡ଼ରେ ୩୯.୮, ଖୋର୍ଦ୍ଧାରେ ୩୯.୫, ଦେବଗଡ଼ରେ ୩୯.୫, କୋରାପୁଟରେ ୩୯.୫, ଭଦ୍ରକରେ ୩୯, ଛତ୍ରପୁରରେ ୩୯, ଦାରିଙ୍ଗବାଡ଼ିରେ ୩୮.୫, ଚାନ୍ଦବାଲିରେ ୩୯, ଗୋପାଳପୁରରେ ୩୫, ପାରାଦୀପରେ ୩୪.୬ ଓ ପୁରୀରେ ତାପମାତ୍ରା ୩୪.୩ ଡିଗ୍ରୀ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking