22.1 C
Bhubaneswar
Thursday, December 5, 2024
Homeଓଡିଶାରାଜ୍ୟର ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ରାଜ୍ୟର ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଆଁ ବର୍ଷା ହେଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସହ୍ୟ ହୋଇପଡ଼ିଛି । ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ଉପରମୁହାଁ ରହିଥିବା ବେଳେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପକାଉଛି । ମଙ୍ଗଳବାର ରାଜ୍ୟର ୨୨ ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବଲାଙ୍ଗିର ୪୩.୩ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ଆଜି ୮ ସହରର ତାପମାତ୍ରା ୪୨ ଡିଗ୍ରୀ ତଥା ତାହାଠାରୁ ଅଧିକ ରହିଥିବା ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ସମ୍ବଲପୁରରେ ଦ୍ୱିତୀୟ ସର୍ବାଧିକ ୪୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ ତାତି ରେକର୍ଡ ହୋଇଛି । ସେହିପରି ଉଭୟ ସୋନପୁର ଓ ଭୁବନେଶ୍ୱରରେ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ ହୋଇଛି । ବରଗଡ଼ରେ ୪୨.୪, ହୀରାକୁଦରେ ୪୨.୧, ବାରିପଦାରେ ୪୨ ଡିଗ୍ରୀ ତାତି ରେକର୍ଡ ହୋଇଛି ।

ସୁନ୍ଦରଗଡ଼ ଓ ତାଳଚେରରେ ୪୧.୮, ଅନୁଗୁଳ ୪୧.୭, ରାଉରକେଲା ୪୧.୬, ଖୋର୍ଦ୍ଧା ୪୧.୫, ଢେଙ୍କାନାଳରେ ୪୧.୪, ବୌଦ୍ଧ ଓ କଟକରେ ୪୧, ଚାନ୍ଦବାଲିରେ ୪୦.୭, କେନ୍ଦ୍ରାପଡ଼ାରେ ୪୦.୬, ଯାଜପୁରରେ ୪୦.୫, ଜଗତସିଂହପୁରରେ ୪୦.୪, ଟିଟିଲାଗଡ଼ ଓ ନୂଆପଡ଼ାରେ ୪୦ ଡିଗ୍ରୀ ତାତି ରେକର୍ଡ ହୋଇଛି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ତାପମାତ୍ରା ଜାରି ରହିବାର ସମ୍ଭାବନା ରହିଛି । ତେବେ ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ କହିଛନ୍ତି ଯେ, ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ କାଳବୈଶାଖୀ ବର୍ଷା କମିଛି । ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ତାପମାତ୍ରା ବଢୁଛି । ଉତ୍ତର ପଶ୍ଚିମ ବାୟୁ ତାପମାତ୍ରାକୁ ଆହୁରି ବଢାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking