15.1 C
Bhubaneswar
Wednesday, January 21, 2026
Homeଓଡିଶା୫ ବର୍ଷରେ ୧୦ ଗୁଣା କାମ କରି ଦେଖାଇବୁ : ମନମୋହନ ସାମଲ

୫ ବର୍ଷରେ ୧୦ ଗୁଣା କାମ କରି ଦେଖାଇବୁ : ମନମୋହନ ସାମଲ

ଭୁବନେଶ୍ୱର: ୫ ବର୍ଷରେ ୧୦ ଗୁଣା କାମ କରି ଦେଖାଇବୁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ନୂଆଦିଲ୍ଲୀରୁ ଫେରିବା ପରେ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି କଥା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଓ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହ ଆଲୋଚନା ହୋଇଛି। ଏଣେ ସାଇକ୍ଲୋନ ପ୍ରୋଟେକ୍ସନ୍ ୱାଲ ପାଇଁ ବି ଆଲୋଚନା ହୋଇଛି। ପୋଲାଭରମ ପ୍ରକଳ୍ପକୁ ନେଇ ମଧ୍ୟ ଆଲୋଚନା ହୋଇଛି, ନିଷ୍ପତ୍ତି ଶୀଘ୍ର ଜଣାଇ ଦିଆଯିବ।ସେ ଆହୁରି କହିଛନ୍ତି, କୋଷ୍ଟାଲ ହାଇୱେ ଏକ ଡ୍ରିମ୍ ପ୍ରୋଜେକ୍ଟ। ଏହାକୁ ମଞ୍ଜୁରି ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ କଟକ ଜିଲ୍ଲା ଟାଙ୍ଗୀ ଯାଏ ବାଇପାସ୍ ରାସ୍ତାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଭୁବନେଶ୍ବର ରିଂ ରୋଡ ଲାଗି ମଞ୍ଜୁରି ମିଳିଛି। ଜାମଝାଡ଼ି-ଧାମରା ରାସ୍ତାକୁ ଚାରିଥାକିଆ କରାଯିବାକୁ ବି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking