20.1 C
Bhubaneswar
Tuesday, December 24, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍ ପାଉଥିବା ପାଶ୍ଚାତ୍ୟ ଯୁଦ୍ଧାସ୍ତ୍ରକୁ ଧ୍ୱଂସ କରିବୁ: ରୁଷ୍‌

ୟୁକ୍ରେନ୍ ପାଉଥିବା ପାଶ୍ଚାତ୍ୟ ଯୁଦ୍ଧାସ୍ତ୍ରକୁ ଧ୍ୱଂସ କରିବୁ: ରୁଷ୍‌

ମସ୍କୋ : ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକରୁ ଶତ୍ରୁରାଷ୍ଟ୍ର ୟୁକ୍ରେନ୍‌କୁ ମିଳୁଥିବା ଅସ୍ତ୍ରଶସ୍ତ୍ରଗୁଡିକୁ ଧ୍ୱଂସ କରାଯିବ ବୋଲି ରୁଷ୍ ବିଦେଶ ରାଷ୍ଟ୍ରମନ୍ତ୍ରୀ ସର୍ଗେଇ ର‌୍ୟାବ୍‌କୋଭ୍ କହିଛନ୍ତି । ଫେବୃଆରୀ ୨୪ରୁ ରୁଷ୍ ପକ୍ଷରୁ ଯୁଦ୍ଧ ଆରମ୍ଭ ହେବାପରଠାରୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ନିୟମିତଭାବେ ୟୁକ୍ରେନ୍‌କୁ ଲୁଚାଛପାରେ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଛନ୍ତି । ରୁଷ୍ ମଧ୍ୟ ଏହି ପ୍ରସଙ୍ଗରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ପୂର୍ବରୁ ଧମକ ଦେଇସାରିଛି । ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅର୍ଥ ଏହି ରାଷ୍ଟ୍ରଗୁଡିକ ସିଧାସଳଖ ରୁଷ୍ ବିରୋଧୀ ଯୁଦ୍ଧରେ ସାମିଲ ହୋଇଥିବା ପ୍ରମାଣିତ ହେବ ବୋଲି ରୁଷ୍ ଚେତାବନୀ ଦେଇସାରିଛି ।

ତେବେ ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଯୋଗାଣ ଅବ୍ୟାହତ ରହିଥିବାରୁ ବର୍ତ୍ତମାନ ଆମର ସୈନ୍ୟ ସେଗୁଡିକୁ ଟାର୍ଗେଟ କରି ନଷ୍ଟ କରିବେ ବୋଲି ର‌୍ୟାବ୍‌କୋଭ୍ କହିଛନ୍ତି । ୟୁକ୍ରେନ୍‌କୁ ଯୁଦ୍ଧ ପ୍ରସଙ୍ଗରୁ ଓହରିବାକୁ ପ୍ରବର୍ତ୍ତାଇବା ପରିବର୍ତ୍ତେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ବର୍ତ୍ତମାନ ଭ୍ରାମ୍ୟମାଣ ଏୟାର ଡିଫେନ୍ସ ସିଷ୍ଟମ, ଟ୍ୟାଙ୍କ୍ ଓ ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର, ଲ୍ୟାଣ୍ଡ୍‌ମାଇନ ଭଳି ଯୁଦ୍ଧାସ୍ତ୍ର ଯୋଗାଉଥିବା ରୁଷ୍ ଅଭିଯୋଗ କରିଛି । ୟୁକ୍ରେନ୍ ଉପରେ ଏଭଳି ଆକ୍ରମଣକୁ ରୁଷ୍ ସାମରିକ କାର୍ଯ୍ୟାନୁଷ୍ଠାନ ଆଖ୍ୟା ଦେଇଥିବାବେଳେ ଜାତିସଂଘ ସମେତ  ବିଶ୍ୱର ଅନ୍ୟ ରାଷ୍ଟ୍ର ଏହାକୁ ଯୁଦ୍ଧ ବୋଲି ଆକ୍ଷେପ କରୁଥିବାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ କ୍ଷୁବ୍ଧ ହୋଇପଡିଛନ୍ତି । ୟୁକ୍ରେନ୍‌ରୁ ନାଜିବାଦ୍ ହଟାଇବା ସହ ଏହାକୁ ନାଟୋ କବ୍‌ଜାମୁକ୍ତ କରିବା ତାଙ୍କର ଲକ୍ଷ୍ୟ ବୋଲି ପୁଟିନ ସ୍ପଷ୍ଟିକରଣ ଦେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking