30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଗଣତନ୍ତ୍ର କ୍ଷେତ୍ରରେ କ’ଣ କରିବାକୁ ପଡ଼ିବ ଆମକୁ କହିବା ଅନାବଶ୍ୟକ: ଜାତିସଂଘରେ କହିଲା ଭାରତ

ଗଣତନ୍ତ୍ର କ୍ଷେତ୍ରରେ କ’ଣ କରିବାକୁ ପଡ଼ିବ ଆମକୁ କହିବା ଅନାବଶ୍ୟକ: ଜାତିସଂଘରେ କହିଲା ଭାରତ

ନୂଆଦିଲ୍ଲୀ: ଗଣତନ୍ତ୍ର ଉପରେ କ’ଣ କରାଯିବା କଥା ଭାରତକୁ କହିବା ଅନାବଶ୍ୟକ ବୋଲି ଡିସେମ୍ବର ମାସ ପାଇଁ ‘ଜାତିସଂଘ ସୁରକ୍ଷା ପରିଷଦ୍‌’ର ଅଧ୍ୟକ୍ଷତା ଗ୍ରହଣ କରିଥିବା ଭାରତର ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ଗୁରୁବାର ଦିନ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଦିନ ଭାରତ ଡିସେମ୍ବର ମାସ ନିମନ୍ତେ ୧୫ ରାଷ୍ଟ୍ର ସଦସ୍ୟବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦ୍‌ର ଅଧ୍ୟକ୍ଷତା ଗ୍ରହଣ କରିଛି। ଏହି ସମୟ ଅବଧିରେ ଭାରତ ଆତଙ୍କବାଦ ମୁକାବିଲା ଏବଂ ସଂଶୋଧିତ ବହୁପାକ୍ଷିକବାଦ ଉପରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିବ। ଅଧ୍ୟକ୍ଷତା ଗ୍ରହଣ କରିବା ସହିତ ଜାତିସଂଘର ଏହି ଶକ୍ତିଶାଳୀ ଶାଖାରେ ନିର୍ବାଚିତ ଅସ୍ଥାୟୀ ସଦସ୍ୟ ଭାବେ ଭାରତର ୨ ବର୍ଷିୟା କାର୍ଯ୍ୟକାଳ ଶେଷ ହେବ।ଜାତିସଂଘକୁ ଭାରତର ପ୍ରଥମ ସ୍ଥାୟୀ ମହିଳା ପ୍ରତିନିଧି କମ୍ବୋଜ ଅଶ୍ବଖୁରାକୃତି ଟେବୁଲ୍‌ ନିକଟରେ ପଡ଼ିଥିବା ଅଧ୍ୟକ୍ଷଙ୍କ ଆସନରେ ବସିବେ। ଅଧ୍ୟକ୍ଷତାର ପ୍ରଥମ ଦିନ ସେ ଜାତିସଂଘର ମୁଖ୍ୟାଳୟରେ କାର୍ଯ୍ୟର ମାସିକ କାର୍ଯ୍ୟକ୍ରମ ବିଷୟରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ।

ଭାରରେ ଗଣତନ୍ତ୍ର ଓ ଗଣମାଧ୍ୟମର ସ୍ବାଧୀନତା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ବ‌େଳେ ସେ କହିଲେ, ଏହା ଉତ୍ତରରେ ମୁଁ କହୁଛି ଯେ, ଗଣତନ୍ତ୍ର କ୍ଷେତ୍ରରେ କ’ଣ କରାଯାଏ ତାହା ଆମକୁ କହିବା ଅନାବଶ୍ୟକ।

ସେ କହିଛନ୍ତି, ଆପଣମାନେ ଜାଣିଥ‌ିବେ ସମ୍ଭବତଃ ଭାରତ ହେଉଛି ବିଶ୍ବର ସର୍ବପୁରାତନ ସଭ୍ୟତା। ୨୫୦୦ ବର୍ଷ ତଳୁ ଭାରତରେ ଗଣତନ୍ତ୍ରର ଆରମ୍ଭ ହୋଇଥିଲା। ଆମେ ସବୁବେଳେ ଗଣତନ୍ତ୍ରବାଦୀ। ସାମ୍ପ୍ରତିକ ସମୟରେ ବି ଆମର ଆଇନପ୍ରଣେତା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଚତୁର୍ଥ ‌କ୍ଷେତ୍ର ଗଣମାଧ୍ୟମ ଅକ୍ଷୁଣ୍ଣ ରହିଛି। ସାମାଜିକ ଗଣମାଧ୍ୟମ ବି ଅତ୍ୟନ୍ତ ସକ୍ରିୟ ରହିଛି। ସେଥିପାଇଁ ଭାରତ ବିଶ୍ବରେ ବୃହତ୍ତମ ଗଣତନ୍ତ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking