27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶୱାୟନାଡ ଭୂସ୍ଖଳନ : ଶହ ଶହ ଶବ ଭିତରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର

ୱାୟନାଡ ଭୂସ୍ଖଳନ : ଶହ ଶହ ଶବ ଭିତରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର

ନୂଆଦିଲ୍ଲୀ : ୱାୟନାଡ ଭୂସ୍ଖଳନର ଦୁଃଖଦ ପରିସ୍ଥିତି ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଉଦ୍ଧାରାକୀ ଟିମ୍ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି। ସୂଚନା ଅନୁସାରେ, ଆଜି ଭାରତୀୟ ସେନା ୱାୟନାଡରେ ଉଦ୍ଧାର କରିବା ସମୟରେ କୁନୁରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି। ହେଲିକପ୍ଟର ସାହାଯ୍ୟରେ ଅତି ସାବଧାନତାର ସହ ସେମାନଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଗୋଡ଼ରେ ଆଘାତ ଲାଗିଥିବା କୁହାଯାଉଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି। କୁଢ କୁଢ ଶବ ମଧ୍ୟରେ ଚାରି ଜଣ ଜୀବନ୍ତ ଉଦ୍ଧାର ହେବା ନିଶ୍ଚିତ ରୂପେ ଖୁସି ଖବର।ସେପଟେ ୩୦୮ ଜଣଙ୍କ ମୃତଦେହ ଉଦ୍ଧାର ହେଲାଣି। ଏବେ ବି ମାଟି ତଳେ ଜୀବନ ଥିବା ଆଶାରେ ଉଦ୍ଧାରକାର୍ୟ୍ୟରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଟିମ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking