ଲଣ୍ଡନ: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଅଧ୍ୟକ୍ଷ ପଦରୁ ଇଆନ୍ ୱାଟ୍ମୋର୍ ଗୁରୁବାର ଇସ୍ତଫା ଦେଇଛନ୍ତି । ହ୍ୱାଟ୍ମୋର୍ ଗତ ୨୦୨୦ ସେପ୍ଟେମ୍ବରରେ କଲିନ୍ ଗ୍ରେଭ୍ସଙ୍କ ସ୍ଥାନରେ ୫ ବର୍ଷ ପାଇଁ ଏହି ପଦ ସମ୍ଭାଳିଥିଲେ । ତେବେ ୧୩ ମାସ ଦାୟିତ୍ୱରେ ରହିବା ପରେ ସେ ସହମତି ଭିତ୍ତିରେ ପଦରୁ ଓହରି ଯାଇଛନ୍ତି । ୱାଟମୋର୍ ପଦ ଛାଡ଼ିବା ପରେ ଇସିବି ଉପାଧ୍ୟକ୍ଷ ବାରୀ ଓ’ବ୍ରାଏନ୍ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି । ସୁରକ୍ଷା କାରଣରୁ ଇଂଲଣ୍ଡ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ର ପାକିସ୍ତାନ ଗସ୍ତ ବାତିଲ କରିବା ପରଠାରୁ ହ୍ୱାଟ୍ମୋର୍ ଚାପରେ ଥିଲେ । ପରେ ଅବଶ୍ୟ ଏହି ବାତିଲ ନିଷ୍ପତ୍ତି ପାଇଁ ସେ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଇଂଲିଶ୍ ଖେଳାଳିଙ୍କ ସହ ବିନା ପରାମର୍ଶରେ ସେ ଏବଂ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ସ୍ୱୀକାର କରିଥିଲେ ।