26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶୱାକଫ୍ ଆକ୍ଟ୍‌ରେ ହେବ ସଂଶୋଧନ!

ୱାକଫ୍ ଆକ୍ଟ୍‌ରେ ହେବ ସଂଶୋଧନ!

ନୂଆଦିଲ୍ଲୀ: ଭାରତ ସରକାର ଏବେ ୱାକଫ୍ ଆକ୍ଟ୍‌ରେ ଏକ ବଡ଼ ଧରଣର ସଂଶୋଧନ କରିବାକୁ ଯୋଜନା କରୁଛନ୍ତି । ରିପୋର୍ଟ ଅନୁସାରେ ଭାରତରେ ପ୍ରଚଳିତ ହୋଇଆସୁଥିବା ୱାକଫ୍ ଆକ୍ଟରେ ଏବେ ପ୍ରାୟ ୪୦ଟି ପ୍ରସ୍ତାବନାରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଆସନ୍ତା କାଲି ଅର୍ଥାତ୍ ସୋମବାର ସଂସଦରେ ଏହା ଉପରେ ବିଲ୍ ଉପସ୍ଥାପନା ସହ ବିଲ୍‌କୁ ପାରିତ କରିବା ଦିଗରେ ସରକାର ଯଥାସମ୍ଭବ ଚେଷ୍ଟା କରିବେ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ ୱାକଫ୍ ଆକ୍ଟରେ ସଂଶୋଧନ ଆଣିବା ପରିପ୍ରେକ୍ଷୀରେ ବୋର୍ଡର ଶକ୍ତିକୁ ସୀମିତ କରିବା ତଥା ମୁସଲିମ୍ ମହିଳାଙ୍କ ଅଧିକାରକୁ ବ୍ୟାପକ କରିବା ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ରହିଛି । ମହିଳାମାନଙ୍କ ପ୍ରତିନିଧିତ୍ୱ ନିଶ୍ଚିତ କରିବାକୁ ୱାକଫ ବୋର୍ଡର ଗଠନ ଏବଂ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଧାରା ୯ ଏବଂ ଧାରା ୧୪ରେ ସଂଶୋଧନ କରାଯାଇପାରେ । ସେହିପରି କୌଣସି ସମ୍ପତ୍ତିକୁ “ୱାକଫ୍ ସମ୍ପତ୍ତି” ଭାବେ ଅଧିକାର କରିବାର ରହିଥିବା ୱାକଫ୍ ବୋର୍ଡର କ୍ଷମତା ଉପରେ ମଧ୍ୟ ଅଙ୍କୁଶ ଲାଗିବ । ଅର୍ଥାତ୍ ୱାକଫ୍ ବୋର୍ଡ ଦ୍ୱାରା ସମ୍ପତ୍ତି ଉପରେ ଦିଆ ଯାଇଥିବା ଦାବିଗୁଡିକର ବାଧ୍ୟତାମୂଳକ ଯାଞ୍ଚ ହେବ । ୱାକଫ ବୋର୍ଡର ବିବାଦୀୟ ସମ୍ପତ୍ତି ପାଇଁ ବାଧ୍ୟତାମୂଳକ ଯାଞ୍ଚ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଫଳରେ ୱାକଫ୍ ସମ୍ପତି ଉପରେ ନଜର ରଖିବାରେ ମାଜିଷ୍ଟ୍ରେଟମାନେ ଜଡିତ ହୋଇପାରନ୍ତି । ଏହି ପରିପ୍ରେକ୍ଷୀରେ ୱାକଫ୍ ଆକ୍ଟ ଅନ୍ତର୍ଗତ ପ୍ରସ୍ତାବନାଗୁଡ଼ିକ ମଧ୍ୟରେ ପ୍ରାୟ ୪୦ଟି ପ୍ରସଙ୍ଗରେ ସଂଶୋଧନ କରାଯିବା ନେଇ ଆସିଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ।

ମୋଦୀ ସରକାରଙ୍କ ପାଇଁ ଅଗଷ୍ଟ ୫ ତାରିଖର ବିଶେଷ ମହତ୍ତ୍ୱ ରହିଛି । କାରଣ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବାକୁ ବିଲ୍ ସଂସଦରେ ଉପସ୍ଥାପିତ ହୋଇଥିଲା । ଏହା ପରେ, ୫ ଅଗଷ୍ଟ ୨୦୨୦ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଭୂମି ପୂଜନ କରାଯାଇଥିଲା । ସୁତରାଂ ଆସନ୍ତା କାଲି ଅଗଷ୍ଟ ୫ ତାରିଖ ରହିଥିବାରୁ ଆସନନ୍ତ କାଲି ହିଁ ଏହି ବିଲ୍ ପାରିତ କରାଯିବ ବୋଲି ଅନୁମାନ କରାଯାଉଛି । ପ୍ରକାଶ, ୨୦୧୩ରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ମୌଳିକ ୱାକଫ୍ ଆକ୍ଟରେ ସଂଶୋଧନ କରି ୱାକଫ ବୋର୍ଡକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ । ୧୯୫୪ ମସିହାରେ, ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାର ସମୟରେ ୱାକଫ ଆକ୍ଟ ପାରିତ ହୋଇଥିଲା, ଯାହା ପରେ ଏହାକୁ ସେଣ୍ଟ୍ରାଲାଇଜ୍ କରାଯାଇଥିଲା । ୱାକଫ୍ ଆକ୍ଟ ୧୯୫୪ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟ କରେ । ସେବେଠାରୁ ଏହାକୁ ଅନେକ ଥର ସଂଶୋଧନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking