26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶସେୟାର ବଜାରରେ ଝଡ଼; ନିବେଶକଙ୍କ ବୁଡ଼ିଗଲା ୧୫ ଲକ୍ଷ କୋଟି

ସେୟାର ବଜାରରେ ଝଡ଼; ନିବେଶକଙ୍କ ବୁଡ଼ିଗଲା ୧୫ ଲକ୍ଷ କୋଟି

ମୁମ୍ବାଇ: ଭାରତୀୟ ଷ୍ଟକ୍‌‌ ମାର୍କେଟରେ ନିବେଶକଙ୍କୁ ଶକ୍ତ ଧକ୍କା । ନିବେଶକଙ୍କ ବୁଡିଗଲା ପାଖାପାଖି ୧୫.୫ ଲକ୍ଷ କୋଟି ଟଙ୍କା । ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥାର ସିଧା ପ୍ରଭାବ ଆଜି ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ମାର୍କଟ ଖୋଲିବା ଆରମ୍ଭରୁ ହିଁ ଉଭୟ ସେନସେକ୍ସ ଓ ନିଫ୍ଟିରେ ବ୍ୟାପକ ହ୍ରାସ ଦଖିବାକୁ ମିଳିଥିଲା । ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ବଜାର ଖୋଲିବା ସହିତ ସେୟାର ବଜାର ତାସ ଘର ଭଳି ଭୁଶୁଡ଼ି ପଡିଥିଲା । ସେହିପରି ବଜାର ବନ୍ଦ ବେଳକୁ ବିରାଟ କ୍ଷତି ଦେଖିବାକୁ ମିଳିଛି । ବାଣିଜ୍ୟ ସପ୍ତାହର ପ୍ରଥମ ଦିନ (ସୋମବାର) ସେୟାର ବଜାରରେ ବଡ଼ ହ୍ରାସ ଘଟିଛି ।

୩୦ ସେୟାର ଆଧାରିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କ ସେନସେକ୍ସରେ ୨୨୨୨.୫୫ ପଏଣ୍ଟ ଅର୍ଥାତ ୨.୭୪ ପ୍ରତିଶତ ହ୍ରାସ ହୋଇ ୭୮୭୫୯.୪୦ରେ କାରବାର ବନ୍ଦ ହୋଇଛି । ସେପଟେ ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି । ନିଫ୍ଟରେ ୬୬୭.୭୫ ପଏଣ୍ଟ ଅର୍ଥାତ ୨.୭୦ ପ୍ରତିଶତ ହ୍ରାସ ହୋଇ ୨୪୦୫୫.୬୦ରେ କାରବାର ଶେଷ କରିଛି । ବିଏସଇରେ ଲାଟେଷ୍ଟ କମ୍ପାନୀ ଗୁଡ଼ିକର ମୋଟ ମାର୍କେଟ କ୍ୟାପିଟାଲାଇଜେସନ ହ୍ରାସ ପାଇ ୪୪୧.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯାହା ଗତ ବାଣିଜ୍ୟ ସପ୍ତାହ ଶେଷ ଦିନ (ଅଗଷ୍ଟ ୨ ତାରିଖ ଶୁକ୍ରବାର) ୪୫୭.୧୬ ଲକ୍ଷ କୋଟି ଟଙ୍କା ଥିଲା । ଏଭଳି ସ୍ଥିତିରେ ବାଣିଜ୍ୟ ସପ୍ତାହର ପ୍ରଥମ ଦିନରେ ହିଁ ବିଏସଇରେ ଲାଟେଷ୍ଟ କମ୍ପାନୀ ଗୁଡ଼ିକର ମାର୍କେଟ କ୍ୟାପ୍‌ ପାଖାପାଖି ୧୫.୫ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି । ଅର୍ଥାତ ନିବେଶକମାନଙ୍କୁ ୧୫.୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking