20.1 C
Bhubaneswar
Saturday, December 21, 2024
Homeଦେଶ ବିଦେଶନେପାଳ ସୀମାରେ ଅମ୍ରିତପାଲ୍‌ର ୱାଣ୍ଟେଡ୍ ପୋଷ୍ଟର୍‌

ନେପାଳ ସୀମାରେ ଅମ୍ରିତପାଲ୍‌ର ୱାଣ୍ଟେଡ୍ ପୋଷ୍ଟର୍‌

ଅମୃତସର: ପଳାତକ ଘୋଷିତ ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଏବଂ ଖଲିସ୍ତାନ ସମର୍ଥ ଅମ୍ରିତପାଲ୍ ସିଂହର ତଲାସ ରବିବାର ନବମ ଦିନ ମଧ୍ୟ ଜାରି ରହିଛି । ୫ ରାଜ୍ୟରେ ସର୍ଚ୍ଚ ପରେ ପୁଲିସ ବର୍ତ୍ତମାନ ସୁ୍‌ଦ୍ଧା ୩୫୩ ଲୋକଙ୍କୁ ଗିରଫ କରିଥିବା ବେଳେ ୧୩୯ ଜଣ ଯୁବକଙ୍କୁ ମୁକ୍ତ କରିଦେଇଛି । ଏହାଛଡ଼ା ପତିଆଲାରେ ଅମ୍ରିତପାଲ୍‌କୁ ଆଶ୍ରୟ ନେଇଥିବା ମହିଳାଙ୍କୁ ପୁଲିସ ଇତିମଧ୍ୟରେ ଗିରଫ କରିଛି । ଅନ୍ୟପକ୍ଷରେ ଅମ୍ରିତ୍‌ପାଲ୍‌ର ତଲାସ ପାଇଁ ପୁଲିସ ନେପାଳ ସୀମାରେ ତା’ର ୱାଣ୍ଟେଡ୍ ପୋଷ୍ଟର୍ ମଧ୍ୟ ଲଗାଇଛି ।

ପୁଲିସ୍ ଅନୁସାରେ ଅମ୍ରିତ୍‌ପାଲ୍‌ର ଅନ୍ତିମ ଲୋକେସନ୍ ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ମିଳିଛି । ମହାରାଜଗଞ୍ଜ ଉତ୍ତରପ୍ରଦେଶ-ନେପାଳ ସୀମାରେ ଅବସ୍ଥିତ । ଅନ୍ୟପକ୍ଷରେ ଅମ୍ରିତ୍‌ପାଲ୍‌କୁ ନେଇ ଏକ ନୂଆ ଖୁଲାସା ହୋଇଛି । ପଞ୍ଜାବ ପୁଲିସ ଇଣ୍ଟେଲିଜେନ୍ସ କହିଛି, ନିଜର ପ୍ରାଇଭେଟ୍ ଆର୍ମିକୁ ଟ୍ରେନିଂ ଦେବାପାଇଁ ଅମ୍ରିତ୍‌ପାଲ୍ ପାକିସ୍ତାନରୁ ୬ ଏକେ-୪୭ ଏବଂ ଦୁଇଟି ଏକେ-୫୬ ମଗାଇଥିଲା । ଅସ୍ତ୍ରଶସ୍ତ୍ର ଜମ୍ମୁ-କଶ୍ମୀର ରାସ୍ତାଦେଇ ପଞ୍ଜାବରେ ପହଞ୍ଚିଥିଲା । ଅମ୍ରିତ୍‌ପାଲ ନିଜ ପ୍ରାଇଭେଟ୍ ଆର୍ମି ଆନନ୍ଦପୁର ଖାଲ୍‌ସା ଫୌଜ୍ (ଏକେଏଫ୍‌) ଏବଂ ଅମ୍ରିତ୍‌ପାଲ୍ ଟାଇଗର ଫୋର୍ସ (ଏଟିଏଫ୍‌)କୁ ଏହି ଟ୍ରେନିଂ ଦେବାକୁ ଚାହୁଁଥିଲା । ଏଥିପାଇଁ ସେ ପାକିସ୍ତାନର ରିଟାୟର୍ଡ ମେଜର୍‌ଙ୍କ ସମ୍ପର୍କରେ ମଧ୍ୟ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking