27.1 C
Bhubaneswar
Tuesday, May 14, 2024
Homeଜୀବନଶୈଳୀସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛନ୍ତି କି ? କୁହନ୍ତୁ ଏହି ୫ଟି ମିଛ କଥା...

ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛନ୍ତି କି ? କୁହନ୍ତୁ ଏହି ୫ଟି ମିଛ କଥା…

ନୂଆଦିଲ୍ଲୀ: ସମ୍ପର୍କରେ ସନ୍ଦେହ ବଢିଲେ ଫାଟକ ସୃଷ୍ଟି ହୋଇଥାଏ। ଆପେ ଆପେ ବିଶ୍ବାସ ଭାଙ୍ଗିଯାଇଥାଏ। ଅନେକ ଅଛନ୍ତି ଯେଉଁମାନେ ନିଜ ପାର୍ଟନରଙ୍କୁ ମିଛ କହିଥାନ୍ତି। ଯାହାଫଳରେ ସେମାନେ ସନ୍ଦେହ କରିବା ଆରମ୍ଭ କରିଥାନ୍ତି। ଆଉ ଏଥିପାଇଁ ଧୀରେ ଧୀରେ ସମ୍ପର୍କ ଭାଙ୍ଗିବାକୁ ଲାଗେ। କିନ୍ତୁ ଏମିତି ମିଛ କହିବା ବି ବେଳେ ବେଳେ ସମ୍ପର୍କକୁ ବାନ୍ଧି ରଖିଥାଏ। ଏମିତି ଅନେକ ଥର ଦେଖାଯାଇଛି ଯେ ଅତ୍ୟଧିକ ସତ କହି ସମ୍ପର୍କକୁ ଭାଙ୍ଗିବା ଅପେକ୍ଷା ମିଛ କହି ସମ୍ପର୍କକୁ ବାନ୍ଧି ରଖିବା ଭଲ। ଯଦି କୌଣସି ସମ୍ପର୍କକୁ ନଷ୍ଟ ନକରିବା ପାଇଁ ମିଛ କହୁଛନ୍ତି ତେବେ ଏଥିରେ କିଛି ଭୁଲ ନାହିଁ। କିନ୍ତୁ ମନେରଖନ୍ତୁ ଯେ ଆପଣଙ୍କ ଭୁଲ ଗୁଡିକୁ ଲୁଚେଇବା ପାଇଁ ସବୁବେଳେ ମିଛ କହିବା ଉଚିତ୍ ନୁହେଁ। ତେବେ ଜୀବନରେ କିଛି କିଛି ମିଛ କହିବା ମଧ୍ୟ ଭଲ। ଏମିତି ବେଳେ ବେଳେ ମିଛ ଆପଣଙ୍କ ପାର୍ଟନରଙ୍କୁ ଆଘାତରୁ ରକ୍ଷା କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ପାର୍ଟନରଙ୍କୁ ମିଛ କହିବା ଉଚିତ୍…
ଉପହାରକୁ ସର୍ବଦା ପ୍ରଶଂସା କରନ୍ତୁ…
ଯଦି ଆଫଣଙ୍କ ସାଥୀ ଆପଣଙ୍କୁ କିଛି ଉପହାର ଦେଇଛନ୍ତି ତେବେ ସେହି ଉପହାରର ପ୍ରଶଂସା କରନ୍ତୁ। ଯଦି ବି ସତରେ ସେହି ଉପହାର ତୁମକୁ ପସନ୍ଦ ଆସିନି ତଥାପି ତାଙ୍କ ସାମ୍ନାରେ ସେହି ଉପହାରର ପ୍ରଶଂସା କରନ୍ତୁ। ଯାହାଦ୍ବାରା ତାଙ୍କ ଭାବନାକୁ ଭଲ ଅନୁଭବ ହେବ।
ମନୋବଳ ବୃଦ୍ଧି କରନ୍ତୁ..
ବେଳେ ବେଳେ ପାର୍ଟନରର ମନୋବଳ ବଢାଇବା ମଧ୍ୟ ଜରୁରୀ ଅଟେ। ପାର୍ଟନରଙ୍କ କାମକୁ ପ୍ରଶଂସା କରିବା ଉଚିତ୍। ଯାହାଦ୍ବାରା ତାଙ୍କର ମନୋବଳ ବଢିଥାଏ। ଘରର ଦାୟିତ୍ବ ହେଉ କି ଅଫିସ୍ ସବୁବେଳେ ଅତ୍ୟାଧିକ କାର୍ଯ୍ୟ ହେତୁ ଜୀବନରେ ଥକ୍କାପଣ ଅନୁଭବ କରିଥାନ୍ତି। ତେଣୁ ଏପରି ପରିସ୍ଥିତିରେ ଯଦି ଟିକିଏ ମିଛ ପ୍ରଶଂସା ବି ପାର୍ଟନରଙ୍କ ମନୋବଳ ବଢାଇଥାଏ।
ଖାଦ୍ୟର ପ୍ରଶଂସା କରନ୍ତୁ…
ଯଦି ତୁମର ପାର୍ଟନର ଆପଣଙ୍କ ପାଇଁ କିଛି ଖାଦ୍ୟ ପ୍ରସ୍ତୁତ କରିଛନ୍ତି ତେବେ ସେହି ଖାଦ୍ୟର ପ୍ରଶଂସା କରନ୍ତୁ। ଖାଦ୍ୟ ଖରାପ ହୋଇଥାଉ କି ବଲ ଏଥିରେ ମିଛ ପ୍ରଶଂସା କରିବା ଦ୍ବାରା ପାର୍ଟନରଙ୍କ ବଲପାଇବା ବଢିଥାଏ। ଯଦି ତୁମେ ଖାଦ୍ୟରେ କିଛି ଅଭାବ ବୋଲି ବାହାର କର ତେବେ ଏହା ସମ୍ପର୍କରେ ତିକ୍ତତା ଆଣିଥାଏ।

ଲୁକ୍କୁ ପ୍ରଶଂସା କରନ୍ତୁ…
ଯଦି ତୁମ ପାର୍ଟନର ଏକ ନୂଆ ଲୁକ ନେଇଛନ୍ତି ତେବେ ତୁମେ ଏହାର ପ୍ରଶଂସା କର। ଏହି ଲୁକ ଆପଣଙ୍କୁ ଭଲ ଦେଖାଯାଉ କି ନ ଦେଖାଯାଉ ମିଛ ପ୍ରଶଂସା କରିବା ଦ୍ବାରା ପାର୍ଟନରର ଭଲପାଇବା ବଢିଥାଏ।

କୁହନ୍ତୁ ମୁଁ ତୁମକୁ ମନେ ପକାଉଛି…
ଆପଣ ଆପଣଙ୍କ ସାଥୀଙ୍କୁ ସବୁବେଳେ ମନେ ପକେଇବା ସମ୍ଭବ ନୁହେଁ । କିନ୍ତୁ ଯଦି ଏହି କଥା ଆପଣ ମିଛରେ ବି କହିବେ ତେବେ ଆପଣଙ୍କ ପାର୍ଟନର ଖୁସି ହୋଇଯିବେ। ଅନେକ ଥର ଦେଖାଯାଇଛି ଯେ ଝଗଡା ପରେ ଯଦି ଏହି ଉକ୍ତି ପାର୍ଟନରଙ୍କୁ କୁହାଯାଏ ତେବେ ସବୁ ସମସ୍ୟାର ସମାଧାନ ହୋଇଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking