23.1 C
Bhubaneswar
Sunday, January 12, 2025
Homeଦେଶ ବିଦେଶଆଧାର ସହ ଲିଙ୍କ୍ ହେବ ଭୋଟର୍ କାର୍ଡ

ଆଧାର ସହ ଲିଙ୍କ୍ ହେବ ଭୋଟର୍ କାର୍ଡ

ନୂଆଦିଲ୍ଲୀ : ଅଧାର ସହ ଭୋଟର୍ ଲିଙ୍କ୍ । ଖୁବ୍ ଶୀଘ୍ର ଆଧାର ଓ ପାନ୍ କାର୍ଡ ପରି ପରି ଆଧାର ଓ ଭୋଟର୍ କାର୍ଡକୁ ସଂଯୋଗ କରାଯିବ । ନିର୍ବାଚନରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କ୍ୟାବିନେଟ୍ ଭୋଟ୍ ପରିଚୟ ପତ୍ରକୁ ଆଧାର ସହ ଲିଙ୍କ୍ କରିବା ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ୍ ମଞ୍ଜୁରୀ ପରେ ବିଧେୟକକୁ ଲୋକସଭା ଏବଂ ରାଜ୍ୟସଭାରେ ଆଗତ କରାଯିବ । ଉଭୟ ଗୃହରେ ବିଲ୍ ପାରିତ ହେଲେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଏହା ଆଇନରେ ପରିଣତ ହେବ । ଏହା ପରେ ନିର୍ବାଚନ ଆୟୋଗ ଏବଂ ଅନ୍ୟ ପ୍ରଶାସନ ପାଇଁ ଆଧାର ଓ ଭୋଟର ଆଇକାର୍ଡ ସଂଯୋଗ ପଥ ପରିଷ୍କାର ହେବ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ୨୦୧୫ରେ ଭୋଟର ପରିଚୟ ପତ୍ରକୁ ଆଧାର ସହ ସଂଯୋଗ କରିବାର ଉଦ୍ୟମ କରି ସାରିଛି । ଗୋପନୀୟତାକୁ ନେଇ ଆଧାର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ନିର୍ବାଚନ ଆୟୋଗ ସେହି ସମୟରେ ଏହି ପ୍ରକ୍ରିୟାକୁ ଘୁଞ୍ଚାଇ ଦେଇଥିଲା । ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ସୁପାରିଶ ପରେ ଏହାକୁ ଆଇନରେ ପରିଣତ ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଏମିତି ହେଲେ ନକଲି ଭୋଟ୍ ପରିଚୟ ପତ୍ର ସମସ୍ୟା ନିୟନ୍ତ୍ରଣ ହୋଇ ପାରିବ । ଥରେ ଭୋଟ୍ ପରିଚୟ ପତ୍ର ଲିଙ୍କ ହେଲେ ଗୋଟିଏରୁ ଅଧିକ ପରିଚୟ ପତ୍ର ଆଉ ତିଆରି କରାଯାଇ ପାରିବ ନାହିଁ କି ଏକାଧିକ ସ୍ଥାନରେ ଭୋଟ୍ ଦେଇ ହେବ ନାହିଁ । କୁହାଯାଉଛି, ବର୍ତ୍ତମାନ ଭୋଟ୍ ପରିଚୟ ପତ୍ର ଏବଂ ଆଧାର ସଂଯୋଗ ସ୍ୱେଚ୍ଛାକୃତ ରହିବ । କାରଣ ସରକାର ବର୍ତ୍ତମାନ ଆଧାର-ଭୋଟିଂ ଆଇଡି କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରିବା ମୋଡରେ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking